Odiapua.com

ପଶ୍ଚିମବଙ୍ଗକୁ ଆଉ ଏକ କାଶ୍ମୀର ହେବାକୁ ବିଜେପି କେବେ ସୁଯୋଗ ଦେବ ନାହିଁ: ବିଷ୍ଣୁ ସେଠୀ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି, “ସଂଖ୍ୟାଲଘୁ ମାନେ ଏକଜୁଟ ହୋଇ ଭୋଟ୍ ଦେଲେ। ସଂଖ୍ୟାଲଘୁ ମାନେ ଏକଜୁଟ ହୋଇ ଗଣ୍ଡଗୋଳ କଲେ। ସଂଖ୍ୟାବହୁଳ ମାନଙ୍କର ଏକଜୁଟ ହେବା ଏବେ ଆରମ୍ଭ ହୋଇଛି। ଯେଉଁଦିନ ସାରା ଭାରତ ଜାଗିବ, ସେଦିନ ପରିସ୍ଥିତି ଅସମ୍ଭାଳ ହେବ। ପଶ୍ଚିମବଙ୍ଗକୁ ଆଉ ଏକ କାଶ୍ମୀର ହେବାକୁ ଅନ୍ତତଃ ପକ୍ଷେ ବିଜେପି କେବେ ସୁଯୋଗ ଦେବ ନାହିଁ। ରାଷ୍ଟ୍ରୀୟତା ପାଇଁ ଅତୀତରେ ବଳିଦାନ ଦେଇଛି, ଏବେ ତ’ କେନ୍ଦ୍ରରେ ସରକାର ଚଳାଉଛି। ଚୀନ ପ୍ରସଙ୍ଗ ଏଠାରେ ଉଦାହରଣ ସାପେକ୍ଷ।