Odiapua.com

ଧନକୁବେର ମୁକେଶ ଅମ୍ବାନୀ ବନିଲେ ଜେଜେ; ନାତି ସହିତ ପ୍ରଥମ ଫଟୋ ଭାଇରାଲ

ନୂଆ ଦିଲ୍ଲୀ ୧୦-୧୨ (ଓଡ଼ିଆ ପୁଅ) ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଦୁନିଆର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଧନି ତାଲିକାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଜେଜେବାପା ବନିଛନ୍ତି। ତାଙ୍କ ପରିବାରରେ ଜଣେ ନୂତନ ସଦସ୍ୟ ଯୋଗ ଦେଇଛନ୍ତି।

ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ ପତ୍ନୀ ଶ୍ଲୋକା ଗୁରୁବାର ସକାଳ ୧୧ ଟାରେ ପୁଅକୁ ଜନ୍ମ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଅମ୍ବାନୀ ପରିବାର ପାଇଁ ଏକ ଉତ୍ସବଠୁ କମ ନୁହେଁ। ରିଲାଏନ୍ସ ପରିବାର ତଥା ଅମ୍ବାନୀ ପରିବାରରେ ନୂତନ ଅତିଥିଙ୍କ ଆଗମନ ଖବର ଆସିବା ପରେ ସାରା ଦେଶରେ ଟ୍ରେଣ୍ଡ କଲା ଏହି ଖବର।

ମୁକେଶ ଅମ୍ବାନୀଙ୍କ ନାତିଙ୍କ ସହ ତାଙ୍କର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୁକେଶ ଅମ୍ବାନୀଙ୍କ ମୁହଁରେ ଅନନ୍ୟ ଖୁସି ବାରି ହେଇଯାଉଛି।
ସୂଚନାଯେଗ୍ୟଯେ, ଦେଶ ତଥା ବିଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଏବଂ ଶ୍ଲୋକା ମାର୍ଚ୍ଚ ୯, ୨୦୧୯ ରେ ବିବାହ କରିଥିଲେ। ପ୍ରାୟ ୨୧ ମାସ ପରେ, ଶ୍ଲୋକା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଜେଜେମା ନୀତା ଅମ୍ବାନୀ ମଧ୍ୟ ବହୁତ ଖୁସି ଅଛନ୍ତି।
ମୁକେଶ ଅମ୍ବାନୀଙ୍କ ଘରେ ଜଣେ ନୂତନ ସଦସ୍ୟଙ୍କ ଆଗମନ ସହିତ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ଲୋକଙ୍କ ଭିଡ଼ ଜମିଛି।