Odiapua.com

ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ମିଳନୀ

ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମାବେଶରେ ଓଡ଼ିଶା ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁବାସ ସିଂହ, ବିଧାୟକ ଡ.ଅରୁଣ କୁମାର ସାହୁ, ଜିଲ୍ଳା ଶ୍ରମିକ ସାମ୍ମୁଖ୍ୟର ସଭାପତି ଶ୍ରୀକାନ୍ତ ପଟ୍ଟନାୟକ, ସଂଖ୍ୟଲଘୁ ସେଲର ସଭାପତି ଶେଖ ନଇମ୍ ପ୍ରମୁଖ ଯୋଗଦେଇ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ଗୁରତ୍ୱାରୋପ କରିଥିଲେ। ନିର୍ମାଣ ଶ୍ରମିକ, ପାଚିକା, କୃଷକ ସାଥୀ, ଆଶା, ଅଙ୍ଗନାବାଡ଼ି ତଥା ଅନ୍ୟ ବର୍ଗର ଶ୍ରମିକମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ଏହି ସାମ୍ମୁଖ୍ୟ କାର୍ଯ୍ୟ କରୁଛି ଓ କାର୍ଯ୍ୟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।