Odiapua.com

ବିହାରରେ ପ୍ରଥମ କରୋନା ମୃତ୍ୟୁ – ୩୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର AIIMS ରେ ମୃତ୍ୟୁ

ପାଟନା ୨୨-୩ (ଓଡ଼ିଆ ପୁଅ) ବିହାରର ରାଜଧାନୀ ପାଟନାରୁ ଆସିଛି ବଡ ଖବର। କରୋନାଭାଇରସ୍ କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପାଟଣାର AIIMS ରେ ରୋଗୀଙ୍କର ମୃତ୍ୟୁ ହୋଇଛି। ବିହାରର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର, AIIMS ନିର୍ଦ୍ଦେଶକଙ୍କ ସହ ଏହାର ପୁଷ୍ଟି କରିଛନ୍ତି।

ସୂଚନାଯୋଗ୍ୟଯେ, ସମଗ୍ର ଦେଶରେ କରୋନା ଭୟ ଜାରି ରହିଛି ଏବଂ ଦେଶରେ ୩୦୦ ରୁ ଅଧିକ ରୋଗୀଙ୍କୁ ଚିହ୍ନଟ ହୋଇଛନ୍ତି। ବିହାରରେ କରୋନାଭାଇରସ୍ ସନ୍ଦିଗ୍ଧ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିନ୍ତୁ ଏହି ଗୁରୁତର ରୋଗରେ ଏହା ପ୍ରଥମ ମୃତ୍ୟୁ। ମୃତକଙ୍କ ବୟସ ୩୮ ବର୍ଷ ବୋଲି ଜଣାପଡ଼ିଛି। ସେ ମୁଙ୍ଗର ବାସିନ୍ଦା ଥିଲେ ଏବଂ କତାରରେ କାମ କରୁଥିଲେ।