Odiapua.com

ବଡ଼ ଷଡ଼ଯନ୍ତ୍ର: ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିରୋଧୀଙ୍କୁ କରାଯାଉଛି ତଥ୍ୟ ଲିକ୍!

ଭୁବନେଶ୍ବର: ବିଜେପି ବିରୋଧରେ ଚାଲିଛି ବଡ଼ ଷଡ଼ଯନ୍ତ୍ର! ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ରଣନୀତି ଏବଂ ରାଜ୍ୟ ବିଜେପି ନେତୃତ୍ୱଙ୍କ ଭିତରେ ରହୁଥିବା ମନୋମାଳିନ୍ୟ ଆଦି ସବୁ କିଛି ଲିକ୍ ହେଉଛି! ଏହା ଦୀର୍ଘ ଦିନ ହେଲା ଚାଲି ଆସୁଛି। ସମୟ ଅନୁସାରେ ସିକ୍ରେଟ୍ ଲିକ୍ କରୁଥିବା ଚେହେରା ବଦଳୁଛନ୍ତି, କିନ୍ତୁ କେତେବେଳେ କାହାକୁ ମାଧ୍ୟମ କରି ବିଜେପିର ସବୁ ସିକ୍ରେଟ୍ ଚୋରୀ କରିନେଇ ଯାଉଛନ୍ତି ବିରୋଧୀ! ବିରୋଧୀଙ୍କୁ ତଥ୍ୟ ପ୍ରଦାନକାରୀ ମାନେ ନିଜ ଫିଲ୍ଡ (ଅଞ୍ଚଳ)ରେ କାମ ନକରି ପାର୍ଟି ଅଫିସକୁ ଯିବାକୁ ଅଧିକ ପସନ୍ଦ କରୁଛନ୍ତି ଏବଂ ସେଠାରୁ ବିଭିନ୍ନ ଆଲୋଚନା ଏବଂ ବିଭିନ୍ନ ତଥ୍ୟ ବିରୋଧୀଙ୍କୁ ଲିକ୍ କରାଉଛନ୍ତି। ସେମାନେ ମିଡିଆ ସେଲ୍ ରୁମକୁ ଯିବାକୁ ବେଶୀ ଆଗ୍ରହ କରୁଛନ୍ତି। କାରଣ ଏହିଠାରୁ ହିଁ ସେମାନେ ଅଧିକ ତଥ୍ୟ ପାଇ ପାରୁଛନ୍ତି। ଏବେ କିଛି ଦିନ ହେଲା ଏହି ଆତ୍ମଘାତୀ କାମ କିଛି ନୂଆ ଚେହେରାଙ୍କ ମାଧ୍ୟମରେ କରାଯାଉଛି। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତି ଏଥିପ୍ରତି ଗୁରୁତ୍ୱର ସହିତ ଦୃଷ୍ଟି ଦେଇ ଏହି ଆତ୍ମଘାତୀ ମାନଙ୍କୁ ଚିହ୍ନଟ କରି ଉଚିତ୍ ପଦକ୍ଷେପ ନିଆନଗଲେ, ଆଗାମୀ ଦିନରେ ବିଜେପି ପାଇଁ ବହୁତ ଭୟଙ୍କର ତଥା ବଡ଼ ଘାତକ ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି!
-/Dev@Drath