Odiapua.com

ଆସାମ ବନ୍ୟା ପୀଡିତଙ୍କୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ବିଗ୍ ବି ଅମିତାଭ ବଚ୍ଚନ

ଆସାମ, ୨୪/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଆସାମରେ ବନ୍ୟା ଆସିବା ଯୋଗୁ ଆସାମ ବାସୀ ପ୍ରଭାବିତ ହୋଇଛନ୍ତି। ଏଥିପାଇଁ ଚାରିଆଡୁ ସହାୟତାର ହାତ ବଢ଼ିଛି।

ପୂର୍ବରୁ ଖିଲାଡ଼ି ଅକ୍ଷୟ କୁମାର ୨ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିଵା ବେଳେ ଏବେ ବିଗ୍ ବି ଅମିତାଭ ବଚ୍ଚନ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏଥିପାଇଁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱଲ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।