Odiapua.com

ଭଲ ଖବର: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାତାଧାରୀଙ୍କୁ ମିନିମମ ବାଲାନ୍ସ ରଖିବାର ଆବଶ୍ୟତା ନାହିଁ

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାରଦିନ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର ଆଣିଛି। ଏହା ନିଶ୍ଟିତ ଭାବରେ ଗ୍ରାହାକମାନଙ୍କ ପାଇଁ ଖୁସି ଖବର। ସୂଚନା ଅନୁଯାୟୀ ବ୍ୟାଙ୍କରେ ହାରାହାରି ସର୍ବନିମ୍ନ ବାଲାନ୍ସର ଆବଶ୍ୟକତାକୁ ବ୍ୟାଙ୍କ ସମାପ୍ତ କରିଛି। ଅର୍ଥାତ୍ ଯଦି ଆପଣଙ୍କର ବର୍ତ୍ତମାନ ଯଦି ଆକାଉଣ୍ଟରେ ଟଙ୍କା ନାହିଁ, ଆକାଉଣ୍ଟଧାରୀଙ୍କୁ ଜରିମାନା ଦେବାକୁ ପଡିବ ନାହିଁ। ଏସବିଆଇ ସମସ୍ତ ସଞ୍ଚୟ ଆକାଉଣ୍ଟଧାରୀଙ୍କ ପାଇଁ ବାଧ୍ୟତାମୂଳକ ସର୍ବନିମ୍ନ ବାଲାନ୍ସ ନିୟମକୁ ରଦ୍ଦ କରିବାକୁ ଘୋଷଣା କରିଛି। ଏହା ସହିତ, ବର୍ତ୍ତମାନ ବ୍ୟାଙ୍କର ସମସ୍ତ ସେଭିଂ ଆକାଉଣ୍ଟଧାରୀମାନେ ‘ଜିରୋ ବାଲାନ୍ସ’ ଆକାଉଣ୍ଟର ସୁବିଧା ପାଇବେ।

ସୂଚନାଯୋଗ୍ୟଯେ, ବର୍ତ୍ତମାନ ପର୍ଯ୍ୟନ୍ତ, ମେଟ୍ରୋ ଏବଂ ସହରାଞ୍ଚଳରେ ଏସବିଆଇରେ ସଞ୍ଚୟ ଆକାଉଣ୍ଟ୍ ଥିବା ଗ୍ରାହକଙ୍କୁ ସର୍ବନିମ୍ନ ଆକାଉଣ୍ଟ୍ ବାଲାନ୍ସ ୩୦୦୦ ଟଙ୍କା ଛୋଟ ସହରାଞ୍ଚଳ ଶାଖା ଅଞ୍ଚଳରେ ୨,୦୦୦ ଏବଂ ଗ୍ରାମାଞ୍ଚଳରେ ୧୦୦୦ ଟଙ୍କା ରଖିବା ଆବଶ୍ୟକ ଥିଲା। ମେଟ୍ରୋ ଏବଂ ସହରାଞ୍ଚଳର ଗ୍ରାହକଙ୍କ ଠାରୁ ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ ରଖିବାରେ ବିଫଳ ହେଲେ ବ୍ୟାଙ୍କରୁ ୧୦ ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଏବଂ ଜିଏସଟି ଜରିମାନା ଆଦାୟ କରାଯାଉଥିଲା।