Odiapua.com

ସୂର୍ଯ୍ୟ ପାତ୍ରଙ୍କୁ ଟିକେଟ ବିକିଦେଲେ ଭୃଗୁ! ପିଙ୍କିଙ୍କୁ ବେଇଜତ କରି ଘଉଡ଼େଇ ଦେଲେ ଉତ୍ତମଙ୍କ ସମର୍ଥକ

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ସୂର୍ଯ୍ୟ ନାରାୟଣ ପାତ୍ର ପାର୍ଥି ହୋଇଥିବା ବେଳେ ବିଜେପିରୁ ଟିକେଟ ପାଇଛନ୍ତି ଅଭିନେତ୍ରୀ ତଥା ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ପିଙ୍କି ପ୍ରଧାନ।ପିଙ୍କି କିନ୍ତୁ ଏଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଘୋର ବିରୋଧର ସମ୍ମୁଖୀନ ହେଉଛନ୍ତି।ଏକ ନିର୍ବଚନୀ ସଭାକୁ ଯାଇଥିବା ସମୟରେ ଟିକେଟ ଆଶାୟୀ ଥିବା ଉତ୍ତମ ପାଣିଗ୍ରାହୀଙ୍କ ସମର୍ଥକ ପିଙ୍କିଙ୍କୁ ଅପମାନିତ କରି ଘଉଡ଼େଇ ଦେଇଛନ୍ତି।ପିଙ୍କିଙ୍କ ସାଙ୍ଗରେ ମହନ୍ତ ଚିନ୍ମୟାନନ୍ଦ ଦାସ ଥିଲେ ମଧ୍ୟ ସେ ଅସନ୍ତୁଷ୍ଟ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇବାରେ ବିଫଳ ହୋଇ ସେ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରୁ ଫେରି ଯାଇଥିଲେ।ତେବେ ନେଇ ଟିକେଟ ଆଶାରେ ଥିବା ଉତ୍ତମ ପାଣିଗ୍ରାହୀ ପିଙ୍କିଙ୍କ ସମ୍ଵନ୍ଧରେ ଅତି କଟୁ କଥା କହିବା ସହ ବ୍ରହ୍ମପୁର ସାଂସଦ ପାର୍ଥି ଭୃଗୁ ବକ୍ସିପାତ୍ର,ସୂର୍ଯ୍ୟ ପାତ୍ରଙ୍କୁ ଦିଗପହଣ୍ଡି ଟିକେଟଟି ବିକି ଦେଇଛନ୍ତି ବୋଲି କହିଛନ୍ତି।ଉତ୍ତମ କହିଛନ୍ତି, ସେ ଏଠାରେ ଦୀର୍ଘ ଦିନ ହେଲା ସଙ୍ଗଠନ କରି ଆସିଥିଲେ।କିନ୍ତୁ ସୂର୍ଯ୍ୟ ପାତ୍ର ଚାହୁଁ ନାହାଁନ୍ତି ଏଠୁ ଆଉ କିଏ ମୁଣ୍ଡ ଟେକୁ।ତେଣୁ ସେ ପ୍ରତିପକ୍ଷ ଦୁର୍ବଳ ପାର୍ଥି ଦେବା ଉଦ୍ଦେଶ୍ୟରେ ଭୃଗୁ ବକ୍ସିପାତ୍ରଙ୍କୁ ଟଙ୍କା ଦେଇ ପିଙ୍କିଙ୍କୁ ପାର୍ଥି କରାଇଛନ୍ତି।ସହଜରେ ବ୍ରହ୍ମପୁର, ଦିଗପହଣ୍ଡି, କାଟୁ ଆଦି ସ୍ଥାନରେ ବିଜେପି ସଙ୍ଗଠନ ଅତି ଦୁର୍ବଳ ଥିବା ବେଳେ ବିଜେଡି ଏଠି ଖୁବ୍ ଶକ୍ତିଶାଳୀ ଅଛି।ପୁଣି ଏ’ ଭିତରେ ବିଜେପି ଭିତରେ ଏପରି ଗୋଷ୍ଠୀ କନ୍ଦଳ ବିଜେପିକୁ ସଂପୂର୍ଣ୍ଣ ବ୍ୟାକଫୁଟକୁ ନେଇଯାଉଛି।//ଦେବଦତ୍ତ