Odiapua.com

ଭୃଗୁ ଆଉ ରମାଙ୍କ ମୁହଁ ବନ୍ଦ୍ କରିଦେବ ମହିଳା ମୋର୍ଚ୍ଚା!

ଭୁବନେଶ୍ୱର: ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏବେ ଏମିତି ଏକ କଥା କୁହାଯାଇଛି, ଯାହା ଶୁଣିଲେ ବିଜେପି ନେତା ରମାରଞ୍ଜନ ବଳିୟାର ସିଂହ ଏବଂ ଭୃଗୁ ବକ୍ସିପାତ୍ରଙ୍କ ଥୋମଣି ବନ୍ଦ୍ ହୋଇଯିବ। ନିକଟରେ ବିଜେଡି ବିଧାୟିକା ବର୍ଷା ସିଂହ ବରିହା ଏକ ଟ୍ୱିଟ କରି ଲେଖିଥିଲେ “ଦେଖନ୍ତୁ ବିଜେପିର ରକ୍ତଚରିତ୍ର। ରାଜଧାନୀ ରାସ୍ତା ଉପରେ କିଭଳି ଚଲାଇ ଥିଲେ ଆତଙ୍କରାଜ୍। ବିଜେପି ଠାରୁ ଦୂରତା ରଖନ୍ତୁ, ସୁରକ୍ଷିତ ରୁହନ୍ତୁ।” ଏହାର ଉତ୍ତର ଦେବାକୁ ଡେଇଁ ପଡ଼ିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ସ୍ମୃତି ପଟ୍ଟନାୟକଙ୍କ ଟିମର ଆଇଟି ସେଲ୍ ସଂଯୋଜିକା। ସେ ବର୍ଷାଙ୍କ ଟ୍ୱିଟର ଏମିତି ଜବାବ୍ ଦେଲେ, ଯାହା ଶୁଣିଲେ ତାଙ୍କ ନିଜ ଦଳର ନେତା ରମା ରଞ୍ଜନ ବଳିୟାର ସିଂହ ଏବଂ ଭୃଗୁ ବକ୍ସିପାତ୍ରଙ୍କ ଥୋମଣି ବନ୍ଦ୍ ହୋଇଯିବ! ସେ ସଂଯୋଜିକା ଜଣଙ୍କ ବର୍ଷାଙ୍କ ଟ୍ୱିଟର ଜବାବରେ ଲେଖିଲେ “ଦୟାକରି ତୁମେ ତୁମ ଶଶୁରଙ୍କ ଠାରୁ ନିରାପଦ ଦୂରତା ରକ୍ଷା କର। ତା’ ପରେ ତୁମେ ଅନ୍ୟକୁ ପରାମର୍ଶ ଦେବ।” ବିଜେଡି ବିଧାୟିକା ବର୍ଷା ସିଂହ ବରିହାଙ୍କ ଶଶୁର ହେଲେ ବିଜେପି ନେତା ରମା ରଞ୍ଜନ ବଳିୟାରସିଂହ। ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକାଙ୍କ କଥା ବର୍ଷାଙ୍କୁ ଯେତିକି ବାଜୁଛି, ରମା ବଳିୟାରସିଂହଙ୍କୁ ମଧ୍ୟ ସେତିକି ବାଜୁଛି। ଅର୍ଥାତ୍, ମହିଳା ମୋର୍ଚ୍ଚା ଆଇଟି ସେଲ୍ ଅନୁଯାୟୀ ରମା ବଳିୟାରସିଂହ ଏଥର ମୁହଁ ବନ୍ଦ୍ ରଖନ୍ତୁ। ଏବଂ ଏହା ସହିତ ଭୃଗୁ ବକ୍ସିପାତ୍ର ମଧ୍ୟ ମୁହଁ ବନ୍ଦ୍ ରଖନ୍ତୁ। କାରଣ ଭୃଗୁଙ୍କ ଭଉଣୀ ଲୋପମୁଦ୍ରା ବକ୍ସିପାତ୍ର ଦିନେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଥିଲେ। ଆଉ ଏବେ ମିଶନ ଶକ୍ତିର ସେ ଉପଦେଷ୍ଟା ଅଛନ୍ତି। ତେଣୁ ମହିଳା ମୋର୍ଚ୍ଚା କଥା ଅନୁଯାୟୀ ଭୃଗୁ ଏଣିକି ତାଙ୍କ ମୁହଁ ବନ୍ଦ୍ ରଖି ନିରବ ହୋଇଯିବାକୁ ପଡ଼ିବ!

ମୋଦୀ – ମନମୋହନ ସାକ୍ଷାତ: ହଜମ୍ ହେଲାନି ବୋଧେ ଏ’ ସାକ୍ଷାତ?


-/Dev@Drath