ଭୁବନେଶ୍ୱର: ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏବେ ଏମିତି ଏକ କଥା କୁହାଯାଇଛି, ଯାହା ଶୁଣିଲେ ବିଜେପି ନେତା ରମାରଞ୍ଜନ ବଳିୟାର ସିଂହ ଏବଂ ଭୃଗୁ ବକ୍ସିପାତ୍ରଙ୍କ ଥୋମଣି ବନ୍ଦ୍ ହୋଇଯିବ। ନିକଟରେ ବିଜେଡି ବିଧାୟିକା ବର୍ଷା ସିଂହ ବରିହା ଏକ ଟ୍ୱିଟ କରି ଲେଖିଥିଲେ “ଦେଖନ୍ତୁ ବିଜେପିର ରକ୍ତଚରିତ୍ର। ରାଜଧାନୀ ରାସ୍ତା ଉପରେ କିଭଳି ଚଲାଇ ଥିଲେ ଆତଙ୍କରାଜ୍। ବିଜେପି ଠାରୁ ଦୂରତା ରଖନ୍ତୁ, ସୁରକ୍ଷିତ ରୁହନ୍ତୁ।” ଏହାର ଉତ୍ତର ଦେବାକୁ ଡେଇଁ ପଡ଼ିଲେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ସ୍ମୃତି ପଟ୍ଟନାୟକଙ୍କ ଟିମର ଆଇଟି ସେଲ୍ ସଂଯୋଜିକା। ସେ ବର୍ଷାଙ୍କ ଟ୍ୱିଟର ଏମିତି ଜବାବ୍ ଦେଲେ, ଯାହା ଶୁଣିଲେ ତାଙ୍କ ନିଜ ଦଳର ନେତା ରମା ରଞ୍ଜନ ବଳିୟାର ସିଂହ ଏବଂ ଭୃଗୁ ବକ୍ସିପାତ୍ରଙ୍କ ଥୋମଣି ବନ୍ଦ୍ ହୋଇଯିବ! ସେ ସଂଯୋଜିକା ଜଣଙ୍କ ବର୍ଷାଙ୍କ ଟ୍ୱିଟର ଜବାବରେ ଲେଖିଲେ “ଦୟାକରି ତୁମେ ତୁମ ଶଶୁରଙ୍କ ଠାରୁ ନିରାପଦ ଦୂରତା ରକ୍ଷା କର। ତା’ ପରେ ତୁମେ ଅନ୍ୟକୁ ପରାମର୍ଶ ଦେବ।” ବିଜେଡି ବିଧାୟିକା ବର୍ଷା ସିଂହ ବରିହାଙ୍କ ଶଶୁର ହେଲେ ବିଜେପି ନେତା ରମା ରଞ୍ଜନ ବଳିୟାରସିଂହ।
-/Dev@Drath