Odiapua.com

ମକର ସଂକ୍ରାନ୍ତିରେ ସର କାର୍ଯ୍ୟବାହଙ୍କ ସମ୍ୱଲପୁର ଗସ୍ତ

ଭୁବନେଶ୍ୱର:ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ସର-କାର୍ଯ୍ୟବାହ ଭାୟାଜୀ ଯୋଶୀ ସମ୍ବଲପୁର ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି।ସମ୍ବଲପୁର ସ୍ଥିତ ଧନୁପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମକର ସଂକ୍ରାନ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାୟାଜୀ ଯୋଗଦେବେ।ଅପରାହ୍ନ ୪ଟା ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ବଲପୁର ମହାନଗର କାର୍ଯ୍ୟବାହ ରାଜରାମ ଲେଙ୍କା ଜଣାଇଛନ୍ତି।ସୂଚନାଯୋଗ୍ୟ ଆରଏସଏସ ପାଳନ କରୁଥିବା ବିଭିନ୍ନ ବାର୍ଷିକ ଉତ୍ସବ ମଧ୍ୟରେ ମକର ଉତ୍ସବ ଅନ୍ୟତମ।/ଦେବଦତ୍ତ