Odiapua.com

ବଡ଼ ଖବର : ସ୍ୱଦେଶୀ ଭ୍ୟାକ୍ସିନ୍ ‘କୋଭାକ‌୍ସିନ୍’ କୁ ଅନୁମୋଦନ କରିବାକୁ ସୁପାରିଶ

ନୂଆଦିଲ୍ଲୀ ୦୨ ଜାନୁଆରୀ (ଓଡ଼ିଆ ପୁଅ) ନୂଆ ବର୍ଷରେ ଦେଶବାସୀଙ୍କୁ ପୁଣି ଏକ ଉପହାର। ସେରମ୍ ଇନଷ୍ଟିଚ୍ୟୁଟ୍ ର ‘କୋଭିଶିଲ୍ଡ’ ଟିକା ପରେ ଜରୁରୀକାଳୀନ ପରିସ୍ଥିତିରେ ଅନ୍ୟ ଏକ ଟିକା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ, ଶନିବାର ଦିନ ବିଶେଷଜ୍ଞ କମିଟିର ବୈଠକରେ ଭାରତ ବାୟୋଟେକ୍ କମ୍ପାନୀର ‘କୋଭାକ୍ସିନ୍’ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି। ବିଶେଷ କଥା ହେଉଛି ଏହି ଟିକା ସ୍ୱଦେଶୀରେ ପ୍ରସ୍ତୁତ କରାଯାଇଛି।