Odiapua.com

ଦେଶ ପାଇଁ ପ୍ରଥମ ଓସ୍କାର ଜିତିଥିବା ଭାନୁ ଅଥୈୟାଙ୍କର ୯୧ ବର୍ଷ ବୟସରେ ନିଧନ

ନୂଆଦିଲ୍ଲୀ ଅକ୍ଟୋବର ୧୫ (ଓଡିଆ ପୁଅ) ଦେଶ ପାଇଁ ପ୍ରଥମ ଓସ୍କାର ଜିତିଥିବା ଭାନୁ ଅଥୈୟାଙ୍କର ଦେହାନ୍ତ ହୋଇଛି।

ଭାନୁ ଅଥୈୟା ରିଚାର୍ଡ ଆଟ୍ଟେନବୋରୋଙ୍କ ଫିଲ୍ମ ‘ଗାନ୍ଧୀ’ ପାଇଁ ପୋଷାକର ପରିକଳ୍ପନା କରିଥିଲେ, ଯେଉଁଥିପାଇଁ ତାଙ୍କୁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ଆଜି ସକାଳେ ସେ ମୃତ୍ୟୁବରଣ କରିଛନ୍ତି, ୮ ବର୍ଷ ଧରି ସେ ବ୍ରେନ୍ ଟ୍ୟୁମରରେ ପୀଡ଼ିତଥିଲେ।

ଭାନୁ ଆଥୈୟାଙ୍କ ଝିଅ ସୂଚନା ଦେଇଛନ୍ତି ଯେ ଦୀର୍ଘ ଦିନର ଅସୁସ୍ଥତା ପରେ ତାଙ୍କ ମାଙ୍କର ମୃତ୍ୟୁ ଘଟିଛି। ୧୯୮୩ ମସିହାରେ ଭାନୁ ଅଥୈୟା ଗାନ୍ଧୀ ଚଳଚ୍ଚିତ୍ରରେ କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ। ପୋଷାକ ଡିଜାଇନର୍ ଭାବରେ ଭାନୁ ୧୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ଶେଷ ଥର ପାଇଁ ସେ ଅମିରଙ୍କ ଫିଲ୍ମ ଲଗାନ ଏବଂ ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ସ୍ୱଦେଶରେ କାମ କରିଥିଲେ।