Odiapua.com

ବାତ୍ୟା ୟସ୍ ମୁକାବିଲା ପାଇଁ ଭଦ୍ରକ ବିଜେପିର ଭର୍ଚୁୟାଲ୍ ମିଟିଂ

ଭଦ୍ରକ: ବାତ୍ୟା “ୟସ୍”ର ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ବିଜେପିର ଏକ ଭର୍ଚୁୟାଲ୍ ମିଟିଂ ଆୟୋଜିତ ହୋଇଯାଇଛି। ଏଥିରେ ସମ୍ଭାବ୍ୟ ବିପଦର ମୁକାବିଲା କିପରି କରାଯାଇ ପାରିବ ଏବଂ ବାତ୍ୟା ପ୍ରଭାବିତ ମାନଙ୍କ ପାଖରେ ପହଞ୍ଚି ବିଜେପି କାର୍ଯ୍ୟକର୍ତ୍ତା ମାନେ କିପରି ସାହାଯ୍ୟ ସହଯୋଗ କରି ପାରିବେ ନେଇ ଆଲୋଚନା ହୋଇଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କାର୍ଯ୍ୟକର୍ତ୍ତା ମାନଙ୍କୁ ସଜାଗ ରହି ପଞ୍ଚାୟତ, ମଣ୍ଡଳ, ବିଧାନସଭା ସ୍ତରରେ ବତ୍ୟାର ମୁକାବିଲା ପାଇଁ କିଭଳି ଯୋଜନା ପ୍ରସ୍ତୁତ କରିବେ ଏବଂ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇବା ପାଇଁ ବୈଠକରେ ଆଲୋଚନା ହେଲା। ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା: ପ୍ରଦୀପ କୁମାର ନାୟକ, ବଦ୍ରୀ ନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଜିଲ୍ଲା ପରିଷଦ ସଦସ୍ୟା ଉମାମଣି ସାହୁ ଏବଂ ତପସ୍ୱିନୀ ମହାପାତ୍ର, ପ୍ରମୂଖ ସାମିଲ ଥିଲେ।