Odiapua.com

ଦେଶଦ୍ରୋହୀ ଗ୍ରୁପ୍! ଆପଣ ଅଛନ୍ତି କି ଏଥିରେ ସଦସ୍ୟ? ତୁରନ୍ତ ହଟି ଯାଆନ୍ତୁ.. କାର୍ଯ୍ୟାନୁଷ୍ଠାନ ନେବ କି ପୋଲିସ୍?

ଭୁବନେଶ୍ୱର: ‘ଓଡ଼ିଶା ଟୁଡେ’ ନାମକ ଏହି ଫେସବୁକ୍ ଗ୍ରୁପରେ ଆପଣ ଜଣେ ସଦସ୍ୟ ଅଛନ୍ତି କି? ଯଦି ଆପଣଙ୍କ ଭିତରେ ସାମାନ୍ୟତମ ଦେଶଭକ୍ତି ରହିଛି ଏବଂ ଜାତୀୟ ପତାକା ପ୍ରତି ସମ୍ମାନ ରହିଛି, ତେବେ ତୁରନ୍ତ ଏହି ଗ୍ରୁପରୁ ନିଜକୁ ହଟାଇ ନିଅନ୍ତୁ। ଜାନୁୟାରୀ ୨୬, ଗତକାଲି ଥିଲା ଗଣତନ୍ତ୍ର ଦିବସ। ଏହି ଅବସରରେ କୃଷକ ଆନ୍ଦୋଳନ ନାମରେ କାଲି ଯାହା କିଛି ଘଟିଗଲା, ତ୍ରିରଙ୍ଗାର ଯେପରି ଅପମାନ କରାଗଲା ତାହା ଆମେ ସମସ୍ତେ ଦେଖିଲେ। ଏଥିପାଇଁ କିଏ ଦାୟୀ, ଏହା ପଛରେ ଷଡ଼ଯନ୍ତ୍ରକାରୀ କିଏ? ସେ ସବୁ ପର କଥା। ଆପଣ ବିଜେଡି, ବିଜେପି, କଂଗ୍ରେସ ବା ଯେ କୌଣସି ଦଳର ହୋଇ ଥାଆନ୍ତୁ ନାଁ କାହିଁକି, ସେ ବି ପରକଥା। ପ୍ରଥମେ ଆମେ ସମସ୍ତେ ଭାରତୀୟ। ଆମର ଜାତୀୟ ପତାକା ତ୍ରିରଙ୍ଗା ପ୍ରତି ଆମ ସମସ୍ତଙ୍କର ସମ୍ମାନ ରହିଛି। ଆମ ଭିତରୁ କିଏ ସରକାରଙ୍କ ନୂଆ କୃଷକ ଆଇନକୁ ସମର୍ଥନ କରିପାରେ, କିଏ କୃଷକ ଆନ୍ଦୋଳନକୁ ସମର୍ଥନ ବି କରିପାରେ। ତାହା ଭିନ୍ନ କଥା। କିନ୍ତୁ ତ୍ରିରଙ୍ଗାର ଅପମାନ ଆମେ କେହି କଦାପି ସହ୍ୟ କରିପାରିବା ନାହିଁ।

‘ଓଡ଼ିଶା ଟୁଡେ’ ନାମକ ଏହି ଫେସବୁକ୍ ଗୃପ ଯେଉଁଥିରେ ଗାନ୍ଧୀଜୀ’ଙ୍କ ଫଟୋ ରହିଛି ସେଥିରେ ମୋହନ ଦାସ ଗାନ୍ଧୀ ନାମକ ସମ୍ଭବତଃ ଜଣେ ଫେକ୍ ଆକାଉଣ୍ଟ୍ ଧାରୀ ଏକ ପୋଷ୍ଟ୍ କରିଛି। ପୋଷ୍ଟରେ ଲେଖାଅଛି, “ବଞ୍ଚିବା ପାଇଁ ଖାଦ୍ୟ ଯୋଗାଉଥିବା କୃଷକ ଯଦି ପ୍ରତିବାଦ ପାଇଁ ଜାତୀୟ ପତାକାକୁ ପାଦରେ ଦଳିଦିଏ ତେବେ ବି ମୁଁ ତାକୁ ବଡ଼ ଦେଶଭକ୍ତ ବୋଲି କହିବି”। ଜାତୀୟତା ପାଇଁ, ଜାତୀୟ ପତାକାର ସମ୍ମାନ ପାଇଁ କେତେ ଯେ ମହାବୀର ମରି ଯାଇଛନ୍ତି, ଏଠି କିନ୍ତୁ, ଦେଶଭକ୍ତିର ଅଜବ ପରିଭାଷା! ନିଜେ ବଞ୍ଚିବା ପାଇଁ ଜାତୀୟ ପତାକାକୁ ..? ଲଜ୍ଜା ..। ସେ ଗାନ୍ଧୀଜୀ’ଙ୍କ ନକଲି ନାମଧାରୀ ଏପରି ପୋଷ୍ଟ୍ କଲା କେମିତି? ଆଉ ଏ’ ଗାନ୍ଧୀଜୀ’ଙ୍କ ଫଟୋ ବ୍ୟବହାର କରି ଫେସବୁକ୍ ଗ୍ରୁପ୍ ଖୋଲିଥିବା ଆଡମିନ୍ ସେହି ପୋଷ୍ଟକୁ ଆପ୍ରୁଭ୍ କଲା କେମିତି? ହୁଏତ ଆପଣ ମାନଙ୍କର ଦୃଷ୍ଟିରେ ଏହି ପୋଷ୍ଟଟି ଆସି ନଥାଇପାରେ। ତେଣୁ ଆମେ ଆପଣ ମାନଙ୍କୁ ସୂଚିତ କରାଇ ଦେଲୁ। ଏବେ ବି କ’ଣ ଆପଣ ସେହି ଗ୍ରୁପରେ ସଦସ୍ୟ ହୋଇ ରହିବେ? ନାଁ, ନିଜେ ସେହି ଗ୍ରୁପରୁ ହଟିଯିବା ସହ ସେହି ଆକାଉଣ୍ଟଟି କିପରି ବ୍ଲକ୍ ହେବ, ସେ ଦେଶଦ୍ରୋହୀ କିପରି ଦଣ୍ଡ ପାଇବ, ସେଥିପାଇଁ ଉଦ୍ୟମ କରିବେ? ଏଠାରେ ଆଉ ଏକ ପ୍ରଶ୍ନ। ଏ’ ନେଇ କୌଣସି ଅଭିଯୋଗକୁ ଓଡ଼ିଶା ପୋଲିସ୍, ପ୍ରଶାସନ ଅନେଇ ବସିବେ, ନାଁ ନିଜ ଆଡ଼ୁ ମାମଲା ରୃଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ଆପଣ ବିଜେଡି, ବିଜେପି, କଂଗ୍ରେସ ବା ଯେ କୌଣସି ଦଳର ହୋଇ ଥାଆନ୍ତୁ ନାଁ କାହିଁକି, ଆପଣ ସେହି ଗ୍ରୁପର ସଦସ୍ୟ ହୋଇ ଥାଆନ୍ତୁ ଅବା ନାହିଁ, କିନ୍ତୁ ଆପଣଙ୍କ ମନରେ ଯଦି ଜାତୀୟତା ଭାବନା ଭରି ରହିଛି, ଜାତୀୟ ପତାକା ପ୍ରତି ମନରେ ଶ୍ରଦ୍ଧା ସମ୍ମାନ ଭରି ରହିଛି, ତେବେ ଏହାକୁ ଏତେ ମାତ୍ରାରେ ସେୟାର୍ କରନ୍ତୁ ଯେପରି ପୋଲିସ୍, ପ୍ରଶାସନ ପାଖରେ ଏହି ଖବର ପହଞ୍ଚି ପାରିବ ଏବଂ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ବାଧ୍ୟ ହେବେ।।।ଜୟ ହିନ୍ଦ୍।।
/- ଦେବଦତ୍ତ ରଥ