Odiapua.com

ବିଷକନ୍ୟା ବିଦ୍ୟାର୍ଥୀ: ପ୍ରେମ ଜାଲରେ ଫସାଇ ଭୟଙ୍କର ଷଡ଼ଯନ୍ତ୍ରର ଥିଲା ଯୋଜନା ..

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସ ୧୯ ତାରିଖରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ଜଣେ ବିଷକନ୍ୟା ବିଦ୍ୟାର୍ଥୀଙ୍କର ଭୟଙ୍କର ଦେଶଦ୍ରୋହୀ ଷଡ଼ଯନ୍ତ୍ର ଯୋଜନାର ଖୁଲାସା ହୋଇଛି। ପଶ୍ଚିମବଙ୍ଗର ଉତ୍ତର- ୨୪ ପରଗାନା ଜିଲ୍ଲାର ଇଣ୍ଡୋ- ବାଂଲାଦେଶ ସୀମା ନିକଟ ବାଦୁରିଆରୁ କୋଲକାତାର ମୌଲାନା ଆଜାଦ କଲେଜର ୨୨ ବର୍ଷୀୟା ଛାତ୍ରୀ ତାନିଆ ପରଭେନଙ୍କୁ ଗତ ମାର୍ଚ୍ଚ ମାସ ୧୯ ତାରିଖରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗିରଫ କରିଥିଲା। ଏକ ବର୍ଷ କାଳ ତଦାରଖ ପରେ ତାନିଆଙ୍କୁ ଧରାଯାଇଥିଲା। ଏବେ ସେହି ମହିଳା ଆତଙ୍କବାଦୀଙ୍କ ଭୟଙ୍କର ଦେଶଦ୍ରୋହୀ ଷଡ଼ଯନ୍ତ୍ର ଯୋଜନାର ଖୁଲାସା ହୋଇଛି।

ସୂତ୍ରରୁ ପ୍ରକାଶ ଯେ ତାନିଆ ପରଭିନ ଏକାଧିକ ସିମ୍ କାର୍ଡ ବ୍ୟବହାର କରି ପାକିସ୍ତାନର ଅନ୍ୟ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ ଥିଲେ। ସେ ହ୍ୱାଟ୍ସଆପ୍ ଗ୍ରୁପ୍ ଏବଂ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରିବା କାମ କରୁଥିଲେ। ପାକିସ୍ତାନ ପାଇଁ ଭାରତରେ ଗୁପ୍ତଚର ବୃତ୍ତି କରୁଥିବା ତାନିଆ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ- ଉଦ- ଦାୱା ମୁଖ୍ୟ ତଥା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦ ସହ ମଧ୍ୟ ଯୋଗାଯୋଗରେ ଥିଲେ। ଭାରତୀୟ ଅଧିକାରୀମାନଙ୍କୁ ପ୍ରେମ ଜାଲରେ ପକାଇ ବ୍ଲାକମେଲିଂ କରି ସମ୍ବେଦନଶୀଳ ସୂଚନା ହାସଲ କରିବା ପାଇଁ ଆଇଏସଆଇ ସଂପୃକ୍ତ ମହିଳା ଗୁପ୍ତଚରଙ୍କୁ ବ୍ୟବହାର କରୁଥିବା ଜଣାପଡ଼ିଛି। ଏନଆଇଏ ଏବେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଇଛି। ଆତଙ୍କବାଦ ନିରୋଧୀ ଏଜେନ୍ସିର ଏକ ଟିମ୍ ତାଙ୍କୁ କୋଲକାତା କାର୍ଯ୍ୟାଳୟରେ ଜେରା କରିବେ ବୋଲି ଜଣାପଡ଼ିଛି। /-ଦେବଦତ୍ତ ରଥ