Odiapua.com

ମନ୍ତ୍ରୀଙ୍କ ଆସିବା ପୂର୍ବରୁ: ତାଳଚେରରେ ଗଡ଼ିଲା କାଳନ୍ଦୀ ଏକ୍ସପ୍ରେସ୍ ..

ଭୁବନେଶ୍ୱର: ତାଳଚେରରେ ଗଡ଼ିଲା କାଳନ୍ଦୀ ଏକ୍ସପ୍ରେସ୍! ତେବେ ଏହା କୌଣସି ଏକ୍ସପ୍ରେସ୍ ଟ୍ରେନ୍ ନୁହେଁ। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କୁ ତାଳଚେର ରୋଡ଼ ରେଳଷ୍ଟେସନ ନିକଟ ରେଳ ଧାରଣାରେ ଏକ ଠେଲା ଟ୍ରଲିରେ ଦେଖିବାକୁ ମିଳିଥିଲା। ଏପରି ଏକ ଭିଡିଓ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରି କାଳନ୍ଦୀ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୂର୍ବରୁ ..। ରେଳବାଇରେ ନିଯୁକ୍ତ ଇଞ୍ଜିନିୟର କିମ୍ବା ସେହିପରି କେହି ଅଧିକାରୀ ଯେଉଁ ଠେଲା ଟ୍ରଲିରେ ବସି ଟ୍ରାକ୍ କାମ ଅନୁଧ୍ୟାନ କରନ୍ତି ସେହି ଠେଲା ଟ୍ରଲିରେ ବସି ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପୂର୍ବରୁ ଅନୁଧ୍ୟାନ କରୁଥିଲେ କାଳନ୍ଦୀ ସାମଲ। ଟ୍ରଲି ଠେଲା କାମରେ ମଧ୍ୟ ଦୁଇ ଜଣ ନିଯୁକ୍ତ ଥିଲେ। ତେବେ ଏମାନେ ରେଳବାଇ କର୍ମଚାରୀ ନାଁ, ବିଜେପି କର୍ମୀ ତାହା ସ୍ପଷ୍ଟ ହୋଇନି।

ଏମିତିରେ ଧର୍ମେନ୍ଦ୍ର ପ୍ରଧାନ ରେଳବାଇ ମନ୍ତ୍ରୀ ନୁହଁନ୍ତି। ସେଠାକାର ସାଂସଦ ମଧ୍ୟ ନୁହଁନ୍ତି। ସେ ଯାହା ବି ହେଉ ଯଦି ବା ଜଣେ କେନ୍ଦ୍ରମନ୍ତ୍ରୀ ନିଜ ଅଞ୍ଚଳରେ ରେଳବାଇ ସମ୍ବଦ୍ଧିୟ କୌଣସି କାର୍ଯ୍ୟ ତଦାରଖରେ ଆସୁଛନ୍ତି ଏବଂ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଙ୍କର କେହି ଅନୁଗତ ବିଜେପି ନେତା ବା କର୍ମୀଙ୍କର କିଛି ତଦାରଖ କରିବାର ଅଛି, ତେବେ ତାହା ତାଙ୍କ ନିଜ ବ୍ୟବସ୍ଥା କିମ୍ବା ଦଳୀୟ ବ୍ୟବସ୍ଥା ଭିତରେ ହେବା କଥା। ଜଣେ ଦଳୀୟ ଲୋକ ରେଳବାଇ ଟ୍ରଲି ବ୍ୟବହାର କରିବାକୁ ଅନୁମତି ପାଇଲା କେମିତି ବୋଲି ପ୍ରଶ୍ନ ଉଠୁଛି।
-/Dr