Odiapua.com

ଗୋମାଂସ ଜବତ: ଡ୍ରାଇଭର ସମେତ ୩ ଗିରଫ; ଗୋବଦ୍ଧ, ଗୋଚାଲାଣ ବରଦାସ୍ତ କରାଯିବନି: ହିନ୍ଦୁ ମହାସଭା

ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ଗୋରୁ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଘଟଣାରେ ପୋଲିସ୍ କଣ୍ଟେନର ଏବଂ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ସଞ୍ଜୟ ରାଠୋର, ମିଆଁଲାଲ୍ ପିଣ୍ଡାରୀ ଏବଂ ଚନ୍ଦୁ ଲତାଫ। ଖୋର୍ଦ୍ଧାରୁ ଏହି ଗୋମାଂସ ହାଇଦ୍ରାବାଦ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଜବତ ଗୋମାଂସ ପ୍ରାୟ ୫ କ୍ୟୁଣ୍ଟାଲ ବୋଲି କୁହାଯାଉଛି।

ଘଟଣା ସ୍ଥଳରେ ହିନ୍ଦୁ ମହାସଭା, ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଚିତ୍ତରଞ୍ଜନ ତ୍ରିପାଠୀ, ନବକୃଷ୍ଣ ମହାପାତ୍ର, ମନ୍ମଥ ରଞ୍ଜନ ବେହେରା, ସୁଧୀର ତ୍ରିପାଠୀ, ମୁକ୍ତିକାନ୍ତ ପାଇକରାୟ, କେଦାର ଜେନା ଏବଂ ପ୍ରକାଶ ଜେନା ପ୍ରମୂଖ ପହଞ୍ଚି ତୀବ୍ର ପ୍ରତିବାଦ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଗୋବଦ୍ଧ କିମ୍ବା ଗୋଚାଲାଣକୁ ଆଦୌ ବରଦାସ୍ତ କରାଯିବନି। ଏ’ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ହିନ୍ଦୁ ମହାସଭା, ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି।
-@DevDr