Odiapua.com

ମଣିଷ ହେଉ କି ପଶୁ ଅବା ପକ୍ଷୀ – ମା’ ପାଇଁ ସବୁ ଛୁଆ ସମାନ: ଦେଖନ୍ତୁ ମା’ ଚଢ଼େଇଟି କିପରି ଭାଗବାଣ୍ଟି ଛୁଆଙ୍କୁ ଦେଉଛି ଖାଦ୍ୟ ..

ମା’ .. ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଲା ମା’। ବିଶ୍ବର ସର୍ବଶ୍ରଷ୍ଠ ଯୋଦ୍ଧା ହେଲା ମା’। ନିଜ ସନ୍ତାନ ପାଇଁ ସେ ଯେ କୌଣସି ବିପଦକୁ ସାମ୍ନା କରିପାରେ। ମା’ର ଭଲ ପାଇବାରେ କୌଣସି ସର୍ତ୍ତ ନଥାଏ। ଆକଟ ବି କରେ, ଆଦର ବି କରେ, ହେଲେ କୌଣସି ପରିସ୍ଥତିରେ ସନ୍ତାନର ସାଥ୍ ଛାଡିନଥାଏ। ମା’ ଯିଏ ପିଲାଙ୍କ ପାଇଁ ଦରକାର ପଡିଲେ ଦୁନିଆ ଆଗରେ ନଇଁପାରେ, ପୁଣି ଆବଶ୍ୟକ ସ୍ଥଳରେ ତା’ର ସନ୍ତାନ ପାଇଁ ସାରା ଦୁନିଆକୁ ନୁଆଁଇ ଦେଇପାରେ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ। କୋଟି ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ମା’ ଶବ୍ଦର ଗଭୀରତାରେ। ମା’ ଠାରୁ ହିଁ ସୃଷ୍ଟି ପୂରା ସଂସାର। ଯାହା ବିନା ଜନ୍ମ ନାହିଁ, ଯାହା ବିନା ଅସ୍ତିତ୍ବ ନାହିଁ, ସେ ହେଲା ମା’। ତା’ ଠାରୁ ସଂସାର ଆରମ୍ଭ ହୁଏ। ଯେଉଁ ଡାକରେ ଜୀବନ ଆରମ୍ଭ ହୁଏ, ବ୍ରହ୍ମାଣ୍ଡ ବିଲୀନ ହୁଏ ସେ ନାଁ’ ଟି ହେଲା ମା’। ମା’ ଦୁନିଆର ସବୁଠୁ ମଧୁର ଆଉ ବ୍ୟାପକ ଶବ୍ଦ, ସେ ଅବର୍ଣ୍ଣନୀୟ। ମଣିଷ ହେଉ କି ପଶୁ ଅବା ପକ୍ଷୀ – ମା’ ପାଇଁ ସବୁ ଛୁଆ ହୋଇ ଥାଆନ୍ତି ସମାନ। ମଣିଷ କ୍ଷେତ୍ରରେ ଦେଖିଲେ ପାଞ୍ଚଟା ପିଲାଙ୍କୁ ପାଞ୍ଚ ପ୍ରକାରର ରାନ୍ଧିକି ଖୁଆଏ ମା’ ହେଲେ ନିଜେ କେବେ ଆଗ ନ’ ଖାଇ, ବଳିଯାଏ ଯାହା ତାକୁ ଖାଇନିଏ। ସବୁ ପିଲା ତା’ ପାଇଁ ହୋଇଥାଆନ୍ତି ସମାନ। ପାତର ଅନ୍ତର ଆଦୌ ନଥାଏ ମା’ ପାଖରେ। ଚାହେ ସେ ମଣିଷ ହେଉ ଅବା ପଶୁ କିମ୍ବା ପକ୍ଷୀ ସବୁ ଛୁଆ ମା’ ପାଇଁ ହୋଇଥାଆନ୍ତି ସମାନ।
ଦେଖନ୍ତୁ ମା’ ଚଢ଼େଇଟି କିପରି ଭାଗ ବାଣ୍ଟି ଛୁଆଙ୍କୁ ଦେଉଛି ଖାଦ୍ୟ –

-/Dev@DRath