Odiapua.com

ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ରାଜ୍ୟପାଳ ନିଯୁକ୍ତ

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ): ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଏହି ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଭବନରୁ ଶ୍ରୀ ହରିଚନ୍ଦନଙ୍କ ନିଯୁକ୍ତି ସଂପର୍କିତ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଆଜି ପ୍ରକାଶ ପାଇଛି।

ବିଶ୍ୱଭୂଷଣ ହରିଚନ୍ଦନ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଚିଲିକା ଏବଂ ଭୁବନେଶ୍ୱରରୁ ବିଝାନ ସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ବିଶ୍ୱଭୂଷଣ ହରିଚନ୍ଦନ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

ଓଡ଼ିଶାରେ ବିଜେପି ସଂଗଠନ ଆରମ୍ଭ କରିବା ସମୟରେ ବିଶ୍ୱଭୂଷଣ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ୧୯୮୦ରୁ ୧୯୮୮ ଯାଏ ବିଜେପିର ସଭାପତି ଥିଲେ।