Odiapua.com

ବାସୁଦେବପୁର ବିଜେପିର କଂଗ୍ରେସୀକରଣ: ବାପ – ପୁଅ ଆଉ ବିଜେପି ..

ଭୁବନେଶ୍ୱର: ବାପ – ପୁଅ ଆଉ ବାସୁଦେବପୁର ବିଜେପି। ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଏବେ ଏହି ଆଲୋଚନା ଜୋର୍ ଧରିଛି। ଭଦ୍ରକ ଜିଲ୍ଲା ବିଜେପି ଭିତରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ପରିବାରବାଦ ଭୟଙ୍କର ଭାବରେ ଗ୍ରାସ କରିଛି। ଏଠି ବାପ – ପୁଅ ଯୋଡ଼ି ବାସୁଦେବପୁର ବିଜେପିଟାକୁ ପୂରା ପ୍ରାଇଭେଟ ଲିମିଟେଡ କମ୍ପାନୀ କରିଦେଇଛନ୍ତି ବୋଲି ଆଲୋଚନା ହେଉଛି। ଅନେକ ଏହାକୁ ବାସୁଦେବପୁର ବିଜେପିର କଂଗ୍ରେସୀକରଣ ବୋଲି କହୁଛନ୍ତି। କଂଗ୍ରେସରୁ ଆସି ଗତ ନିର୍ବାଚନରେ ମାଧବାନନ୍ଦ ମଲ୍ଲିକ ବିଜେପି ଟିକେଟ୍ ପାଇ ନିର୍ବାଚନ ଲଢ଼ିଲେ। ବିଜେଡିର ବିଷ୍ଣୁବ୍ରତ ରାଉତରାୟ ଏଠାରୁ ବିଜୟୀ ହେଲେ। କିନ୍ତୁ, ମାଧବାନନ୍ଦ ବିଜେଡି ସହିତ ଲଢ଼ି ହିଁ ପାରିଲେନି। ତୃତୀୟ ସ୍ଥାନରେ ରହିଲେ। କଂଗ୍ରେସ ଏଠି ବିଜେଡିକୁ ଟକର ଦେଇ ଦୂତୀୟ ସ୍ଥାନରେ ରହିଲା। ତଥାପି କୁଆଡ଼େ ମାଧବାନନ୍ଦଙ୍କ ମୋହ ଭାଙ୍ଗି ନାହିଁ। ୨୦୨୪ରେ ସେ ପୁଣି ଟିକେଟ୍ ଆଶାୟୀ। ତେବେ ନିଜ ପାଇଁ ନୁହଁ, ପରିବାର ସୂତ୍ରରେ ପୁଅ ପାଇଁ!ମାଧବାନନ୍ଦଙ୍କ ପୁଅ ଉଦୟନାଥ ମଲିକ ଏବେ ଭଦ୍ରକ ଜିଲ୍ଲା ବିଜେପି ଉପସଭାପତି। ୨୦୨୩ ଟିକେଟ୍ ପାଇଁ ଆଶାୟୀ। ବାପ ପୁଅକୁ ଖୁବ୍ ପ୍ରମୋଟ୍ କରାଉଛନ୍ତି। ଦଳୀୟ କାର୍ଯ୍ୟକ୍ରମ ଗୁଡ଼ିକରେ ବ୍ୟାନର ପୋଷ୍ଟରରେ ବାପ – ପୁଅଙ୍କ ଫଟୋ ରହୁଛି। ସଭାସମିତି ଗୁଡ଼ିକରେ ବାପ – ପୁଅ ଏକାଠି ମଞ୍ଚାସୀନ ହେଉଛନ୍ତି। ପରିବାରବାଦ ରାଜନୀତି ଭିତରେ ଏମାନେ ବାସୁଦେବପୁର ବିଜେପିକୁ ପୂରା କଂଗ୍ରେସୀକରଣ କରିଦେଇଛନ୍ତି। ଯାହାକୁ ନେଇ ଦଳ ଭିତରେ ତୃଣମୂଳ ସ୍ତରରେ ଘୋର ଅସନ୍ତୋଷ ରହିଛି ବୋଲି ଜଣାପଡ଼ିଛି।
-/Dev@Dr