Odiapua.com

ବାରବର୍ଷରେ ପାଦ ଥାପିଲା ‘ବାଘୁଆବାର୍ତ୍ତା’

ନୟାଗଡ଼, ୩୧ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ‘ବାଘୁଆବାର୍ତ୍ତା’ ୧୧ ବର୍ଷ ପୂରଣ କରି ୧୨ ବର୍ଷରେ ପାଦ ଥାପିଛି। ଏହାର ସଫଳତା ନେଇ ବାଘୁଆବାର୍ତ୍ତାର ପରିବାର ପକ୍ଷରୁ ନୟାଗଡ଼ ଖେଳ ପଡ଼ିଆରେ ବହୁ ଆଡ଼ମ୍ବର ସହକାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ,ଏହି ଉତ୍ସବରେ  ମୁଖ୍ୟଅତିଥିଭାବେ ଡ.ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ମୁଖ୍ୟବକ୍ତାଭାବେ ଦିଲ୍ଳିପ ବିଶୋଇ ଓ ସମ୍ମାନୀତ ଅତିଥିଭାବେ ଦୈନିକ ସମ୍ବାଦପତ୍ର ‘ପ୍ରତିଦିନ’ ଓ ନିଯୁକ୍ତିଭିତ୍ତିକ ଖବରକାଗଜ ‘ନିଯୁକ୍ତିଖବର’ର ସଂପାଦକ ସୁଧୀର କୁମାର ପଣ୍ଡା ଯୋଗଦେଇ ସାପ୍ତାହିକ ଖବରକାଗଜ ବାଘୁଆବାର୍ତ୍ତା ନିରବିଚ୍ଛିନ୍ନ ଭାବେ ଦୀର୍ଘ ୧୧ବର୍ଷ ହେଲା ପ୍ରକାଶ ପାଇ ନୟାଗଡ଼ର ପାଠକମାନଙ୍କ ନିକଟରେ ଆଦୃତ ହୋଇ ପାରିଛି ବୋଲି କହିଥିଲେ। ଆଜିର ଖବରକାଗଜ ଓ ତାହାର ସମସ୍ୟା ଉପରେ ଅତିଥିମାନେ ବକ୍ତବ୍ୟ ରଖିଥିବାବେଳେ ବିଗତ ଦିନରେ ବାଘୁଆବାର୍ତ୍ତା ନୟାଗଡ଼ରେ ହୋଇଥିବା ମାଓ ହମଲା ଉପରେ ଆଗୁଆ ସତର୍କ କରି ସେତେବେଳେ ହଟଚମଟ କରିଥିଲା ବୋଲି ଅତିଥିମାନେ କହିଥିଲେ। ଲୋକଙ୍କ ସମସ୍ୟା ଖବରକାଗଜ ମାଧ୍ୟମରେ ପ୍ରକାଶ ପା୍ଇ ତାହାର ସମାଧାନ ଦିଗରେ ବ୍ରତୀ ହେଉଥିବାରୁ ଖବରକାଗଜ ଲୋକଙ୍କ ବଳ ବୋଲି କହିଥିଲେ। ଏହି ପରିପ୍ରେକ୍ଷିରେ ସୁ-ସାହିତ୍ୟକ ତଥା ସାମ୍ବାଦିକ ସୌମେନ୍ଦ୍ର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଶ୍ରୀ ଜେନାଙ୍କ ସମ୍ବାଦ ପତ୍ର ଓ ତାହାର ସମସ୍ୟା ଉପରେ ବିକ୍ଷିପ୍ତ ଭାବରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ବାଘୁଆବାର୍ତ୍ତାର ସ୍ୱତନ୍ତ୍ର ସଂଖ୍ୟକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏଥିରେ ବାଘୁଆବାର୍ତ୍ତାର ସଂପାଦକ ତଥା ଏହାର ମୁଖ୍ୟ ସଂଜୟ କୁମାର ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲାବେଳେ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ମଂଚ ପରିଚାଳନା କରିଥିଲେ।