Odiapua.com

ଅକ୍ଟୋବରରେ କେତେ ଦିନ ରହିବ ବ୍ୟାଙ୍କ୍ ବନ୍ଦ୍: ଦେଖନ୍ତୁ ଛୁଟି ଲିଷ୍ଟ; ପ୍ଲାନିଂ କରି ସାରି ଦିଅନ୍ତୁ ବ୍ୟାଙ୍କ କାମ ..

ଭୁବନେଶ୍ୱର: ଅକ୍ଟୋବର ମାସ ହେଉଛି ପର୍ବର ମାସ। ଏହି ମାସରେ ଅଫିସ୍, ବ୍ୟାଙ୍କ ଗୁଡ଼ିକରେ ବହୁତ ଛୁଟି ରହିଥାଏ। ଏଣେ ପର୍ବ ମାସ ହେତୁ, ଅକ୍ଟୋବର ମାସରେ ଅର୍ଥର ବହୁତ ଆବଶ୍ୟକତା ପଡ଼ିଥାଏ। ତେଣୁ ଯଦି ଆପଣ କୌଣସି ବ୍ୟାଙ୍କ କାର୍ଯ୍ୟ ରହିଥାଏ, ତେବେ ଜାଣନ୍ତୁ ଅକ୍ଟୋବର ମାସରେ ବହୁତ ଛୁଟିଦିନ ରହିବ। ତେଣୁ ଛୁଟି ଲିଷ୍ଟ ଦେଖି ପ୍ଲାନିଂ କରି ଆଗୁଆ ସାରି ଦିଅନ୍ତୁ ବ୍ୟାଙ୍କ କାମ। ଅବଶ୍ୟ ଲୋକଙ୍କ ସୁବିଧା ପାଇଁ, ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ନଗଦ ବ୍ୟବସ୍ଥା ରହିବ ଏବଂ ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମଧ୍ୟ ଜାରି ରହିବ, ଯେଉଁଥିପାଇଁ ଲୋକଙ୍କୁ ବହୁତ କମ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

ଛୁଟି ଦିନ –
– ଅକ୍ଟୋବର ୨, ଶୁକ୍ରବାର – ଗାନ୍ଧୀ ଜୟନ୍ତୀ
– ଅକ୍ଟୋବର ୨୩, ଶୁକ୍ରବାର – ମହାସପ୍ତମୀ
– ଅକ୍ଟୋବର ୨୬, ସୋମବାର – ଦୁର୍ଗାପୂଜା, ବିଜୟା ଦଶମୀ
– ଅକ୍ଟୋବର ୩୦, ମିଲାଦ- ଏ- ଶେରିଫ (ମହମ୍ମଦ ଜୟନ୍ତୀ)
– ଅକ୍ଟୋବର ୩୧, ଶନିବାର – ମହର୍ଷି ବାଲ୍ମୀକି ଏବଂ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ, କୁମାର ପୂର୍ଣ୍ଣିମା।

ଏହା ସହିତ ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ପ୍ରତ୍ୟେକ ରବିବାର ସମେତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବନ୍ଦ ରହିବ। ସେହି ହିସାବରେ ଅକ୍ଟୋବର ମାସରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସମେତ ୪ଟି ରବିବାର ହୋଇ ୬ ଦିନ ଛୁଟି ପଡ଼ୁଛି। ଏହା ସହିତ ୫ ଦିନ ପର୍ବ ଜନିତ ଛୁଟି ମିଶାଇ ଅକ୍ଟୋବର ମାସରେ ମୋଟ ୧୧ ଦିନ ଛୁଟି ପଡ଼ୁଛି। /- ଦେବଦତ୍ତ ରଥ