Odiapua.com

ବାଲିଗୁଡା:କରୋନା ମୁକାବିଲା ଲାଗି ପ୍ରସ୍ତୁତି ବୈଠକ : ପ୍ରତି ପଞ୍ଚାୟତରେ ଖୋଲିବ ଆଇସୋଲେଶନ କେନ୍ଦ୍ର

ବାଲିଗୁଡା, ୧୭/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ସଭାଗୃହ ଠାରେ ସୋମବାର କରୋନା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳ ଲୋକେ ସଚେତନ ରହିବା ସହ ବାହାର ରାଜ୍ୟ ବିଶେଷକରି କେରଳ ଓ ତାମିଲନାଡୁରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଆଲୋଚନା ହୋଇଛି। ଘର ଘର ବୁଲି ଅଙ୍ଗନଓ୍ବାଡି ଓ ଆଶାକର୍ମୀଙ୍କ ଦ୍ୱାରା ଏହି ସଂକ୍ରମଣର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ବୁଝାଇବା ପାଇଁ ଆଲୋଚନା ହୋଇଥିଲା। ଏଥିସହ ପ୍ରତି ପଞ୍ଚାୟତରେ ଏକ ଆଇସୋଲେଶନ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଗୁଜବ ସୃଷ୍ଟି ନ କରି ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି। ବିଡିଓ ପ୍ରବୀଣ ବାଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ରୋନିତ୍‌ ଯୋଗଦେଇ ଏହି ଭାଇରସ୍‌ଠାରୁ କିପରି ଦୂରେଇ ହେବ ଏବଂ ଏହାର ଲକ୍ଷଣ, ପ୍ରତିକାରର ବିଭିନ୍ନ ଦିଗ ସମ୍ବନ୍ଧରେ ସୂଚନା ଦେଇଥିଲେ। ଏହାସହ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ଥାନା ଅଧିକାରୀ ଅଲେଖ ଗରଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।