Odiapua.com

‘ଶିବସେନା’ପ୍ରତିଷ୍ଠାତା ବାଲାସାହେବ ଠାକରେ ଜୟନ୍ତୀ

ବାଲେଶ୍ୱର, ୨୩ା୧ (ଓଡ଼ିଆ ପୁଅ/ଅଭୟ ଦାସ): ଶିବସେନା ବାଲେଶ୍ୱର ଶାଖା ପକ୍ଷରୁ ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ୯୫ ତମ ଜୟନ୍ତୀ ସହରର ନୂଆବଜାରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଶନିବାର ଦିନ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଜିଲ୍ଲା ସଭାପତି ପଦ୍ମଲୋଚନ ପତି ଅଧ୍ୟକ୍ଷତା କରିବା ସହିତ ବାଲା ସାହେବଙ୍କ ନୀତି ଆଦର୍ଶ ସମ୍ପର୍କରେ ସୂଚନା ଦେଇଥିଲେ। ସାମ୍ପ୍ରତିକ ସ୍ଥିତିରେ ହିନ୍ଦୁ ସମାଜ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ ସହ ହିନ୍ଦୁ ଏକତା ବଜାୟ ରଖିବା ପାଇଁ ଶ୍ରୀ ପତି ସମସ୍ତଙ୍କୁ ଆହ୍ୱାନ ଦେଇଥଲେ। ସମାଜସେବୀ ଅଜୟ କୁମାର ବିଶ୍ୱାଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲାସାହେବଙ୍କ ବିଚାରଧାରା, ଦେଶପ୍ରେମ ଏବଂ ସଂଘର୍ଷମୟ ଜୀବନୀ ସମ୍ପର୍କରେ ଆଲୋଚନା କରିଥିଲେ। ଶିବସେନାର ଉତ୍ତର ଓଡିଶା ସମ୍ପର୍କ ମୁଖ୍ୟ ଅକ୍ଷୟ କୁମାର ଦାସ ଏବଂ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଲାସାହେବଙ୍କ ରାଷ୍ଟ୍ର୍ରବାଦୀ ବିଚାରଧାରା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବିଶ୍ୱଜିତ ଦାସ, ରଞ୍ଜନ କୁମାର ବାରିକ, ସୁରେଶ କୁମାର ପଣ୍ଡା, ସ୍ୱର୍ଗତଃ ସନାତନ ଦାସ, ପ୍ରମୋଦ କୁମାର ଦାସ, କମଳାକାନ୍ତ ପାତ୍ର, ଗୌରାଙ୍ଗ ପ୍ରଧାନ ଏବଂ ଚିତ୍ତରଞ୍ଜନ ଦାଶ ପ୍ରମୁଖଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ବେହେରା, ମନୋରଂଜନ ପରିଡ଼ା, ଅରବିନ୍ଦ ଆଚାର୍ଯ୍ୟ, ସୁଶାନ୍ତ କୁମାର ସ୍ୱାଇଁ, ଫୁନା ମହାପାତ୍ର, ରତନ କୁମାର ପାତ୍ର, କମଳାକାନ୍ତ ସ, ଯୋଗେନ୍ଦ୍ର ଦାସ, ଅଜୟ ମଲ୍ଲିକ, ସୁରେଶ ଚନ୍ଦ୍ର ରଣା, ସୀତାରାଣୀ ଜେନା, ଉମେଶ କମିଳା, ଉଦ୍ଧବ କୁମାର ଜେନା, ସନ୍ତୋଷ ସିଂ, ଗଙ୍ଗାଧର ବିନ୍ଧାଣୀ, ବିଚିତ୍ର କୁମାର ନନ୍ଦ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ବାଲାସାହେବଙ୍କ ଜନ୍ମ ଦିବସ ଅବସରରେ ସକାଳେ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ସହ ରେଳ ଷ୍ଟେସନଠାରେ ଲୋକଙ୍କୁ ଫଳ ବଌକ୍ଷଗ୍ଧ;ନ କରାଯାଇଥିଲା।