Odiapua.com

ଆଜି ଦେଶବ୍ୟାପୀ ପ୍ରଦର୍ଶନ କରିବ ବଜରଙ୍ଗ ଦଳ ..

ନୂଆଦିଲ୍ଲୀ: ଜିହାଦୀ ମୌଳବାଦୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଉଗ୍ରବାଦୀ ଘଟଣା ବିରୁଦ୍ଧରେ ଦେଶବ୍ୟାପୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର ଯୁବ ସଂଗଠନ ବଜରଙ୍ଗ ଦଳ ଆଜି ରାସ୍ତାକୁ ଓହ୍ଲାଇବ। ମସଜିଦରୁ ବାହାରୁଥିବା ଜିହାଦୀ ମୌଳବାଦୀ ମାନେ ହିନ୍ଦୁମାନଙ୍କ ଘର ଲଗାତାର ଜାଳି ଦେଉଛନ୍ତି। ସେମାନଙ୍କୁ ସାଂଘାତିକ ଆକ୍ରମଣ କରୁଛନ୍ତି। ଏହି ହିଂସାତ୍ମକ ଘଟଣା ବିରୋଧରେ ବଜରଙ୍ଗ ଦଳ ଆଜି ଦେଶବ୍ୟାପୀ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବ ବୋଲି ଭିଏଚପି ପକ୍ଷରୁ କୁହାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ଶ୍ରୀ ପାରାଣ୍ଡେ କହିଛନ୍ତି ଯେ ଶୁକ୍ରବାରର ନମାଜ୍ ପାଠ ପରେ ଦଙ୍ଗାକାରୀମାନେ ଯେଉଁଠାରୁ ବାହାରିଛନ୍ତି ସେହି ମସଜିଦ ଉପରେ କଡ଼ା ନଜର ରଖାଯିବା ସହିତ ଯେଉଁମାନେ ଦଙ୍ଗାକାରୀଙ୍କୁ ଉସୁକାଇ ଥିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଯେଉଁମାନଙ୍କୁ ଧମକ ଦିଆଯାଉଛି ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ ଏବଂ ଯେଉଁମାନେ ଧମକ ଦେଉଛନ୍ତି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ମିଳିନ୍ଦ ପାରାଣ୍ଡେ ଦାବି କରିଛନ୍ତି। ହିଂସା ସହ ଜଡ଼ିତ ବ୍ୟକ୍ତିଙ୍କ ସହ ଜିହାଦୀ ମାନସିକତାଧାରୀ ମସଜିଦ୍ ଏବଂ ଜମିଅତ୍- ଏ- ଉଲେମା- ଏ- ହିନ୍ଦ୍ ଭଳି ସଙ୍ଗଠନ ଉପରେ ଅଙ୍କୁଶ ଲଗାଯାଉ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବୀ କରାଯାଇଛି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ବିନୋଦ ବଂସଲ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
/-Dr