Odiapua.com

“ଶ୍ରୀରାମ ନବମୀ ଶୋଭାଯାତ୍ରା” କରିବ ବଜରଙ୍ଗ ଦଳ

ଭୁବନେଶ୍ୱର: ବିଶ୍ୱ ହିନ୍ଦୁ ପରିଷଦର ଯୁବା ସଙ୍ଗଠନ ବଜରଙ୍ଗ ଦଳ, ରାମ ନବମୀରେ ଆୟୋଜନ କରିବ “ଶ୍ରୀରାମ ନବମୀ ଶୋଭାଯାତ୍ରା”।ଆସନ୍ତା ୧୩ ତାରିଖ (ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥି)ରେ ପଡ଼ୁଛି ରାମ ନବମୀ।ଏହି ଦିନ ବଜରଙ୍ଗ ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜନ ହେବ ଶୋଭାଯାତ୍ରା।ଅପରାହ୍ନ ୩:୩୦ରେ ଖାରବେଳ ନଗର, ୟୁନିଟ- ୩ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରୁ ଶୋଭାଯାତ୍ରା ଆରମ୍ଭ ହେବ ବୋଲି ବଜରଙ୍ଗ ଦଳ ସଂଯୋଜକ ଦେବାଶିଷ ରାଉତ ଜଣାଇଛନ୍ତି।//ଦେବଦତ୍ତ