Odiapua.com

ବୈଜୟନ୍ତ ପଣ୍ଡା କରୋନା ଆକ୍ରାନ୍ତ

ଭୁବନେଶ୍ୱର ୨୮-୧୧ (ଓଡ଼ିଆ ପୁଅ) : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କରୋନାର କିଛି ଲକ୍ଷଣ ଦେଖାଯିବାରୁ ସେ କରୋନା ଟେଷ୍ଟ କରିଥିଲେ। ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛିବା ସେ ଜଣାଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ ଆଇସୋଲେସନରେ ଅଛନ୍ତି। ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।