Odiapua.com

ବୈଜୟନ୍ତ ହେଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ: ନାଖୁସ୍ ଓଡ଼ିଶା ବିଜେପି!

ନୂଆଦିଲ୍ଲୀ/ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା ପୁନର୍ବାର ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଆଜି ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ଏଥିରେ ବୈଜୟନ୍ତ ପଣ୍ଡା ପୁନର୍ବାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ପାଇଛନ୍ତି। ଓଡ଼ିଶାରୁ ଏକ ମାତ୍ର ବୈଜୟନ୍ତ ପଣ୍ଡା ବିଜେପି ରାଷ୍ଟ୍ରୀୟ ପଦାଧିକାରୀରେ ସ୍ଥାନ ପାଇଛନ୍ତି। ତେବେ, ଏହାକୁ ନେଇ ବୋଧେ ଖୁସି ନାହିଁ ଓଡ଼ିଶା ବିଜେପି! ନାଖୁସ୍ ନାଁ ଡର ଜାଣି ହେଉନି, କିନ୍ତୁ ଓଡ଼ିଶା ବିଜେପିର ସେମିତି କେହି ପ୍ରମୂଖ ନେତାନେତ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ମିଳିବା ନେଇ ଖୁସି ପ୍ରକଟ କରିନାହାଁନ୍ତି। ଏହିପରି ସମାନ କିଛି ବା ସାମନ୍ୟ କିଛି ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ଘଟିଥାଆନ୍ତା, ତେବେ ଛାତିପିଟି ସୋସିଆଲ୍ ମିଡିଆରେ ଖୁସି ପ୍ରକଟ କରିଥାଆନ୍ତେ ଓଡ଼ିଶା ବିଜେପିର ନେତାନେତ୍ରୀ। କିନ୍ତୁ କଦବା କୋଚିତଙ୍କୁ ଛାଡ଼ି ଦେଲେ, ବୈଜୟନ୍ତ ପାଇଁ ସେମିତି କିଛି କାହାର ଖୁସି ଦେଖାଗଲାନି।ମନ୍ତ୍ରୀଙ୍କ ଭୟରେ ହେଉ ବା ମନ୍ତ୍ରୀଙ୍କୁ ଖୁସି କରାଇବା ପାଇଁ ହେଉ ବୈଜୟନ୍ତଙ୍କ ପାଇଁ ଖୁସି ପ୍ରକଟ କଲେ ନାହିଁ ଅନେକ ନେତାନେତ୍ରୀ। ଏପରିକି ବିଜେପି ସୋସିଆଲ୍ ମିଡିଆ ଆକାଉଣ୍ଟରେ ରାଷ୍ଟ୍ରୀୟ ବିଜେପି ଘୋଷଣାର କେବଳ ସେୟାର କରିଦିଆଗଲା। କିନ୍ତୁ, ଓଡ଼ିଶାରୁ ଏକ ମାତ୍ର ଓଡ଼ିଆ ଭାବରେ ରାଷ୍ଟ୍ରୀୟ ପଦାଧିକାରୀରେ ସ୍ଥାନ ପାଇଥିବା ନେଇ ବୈଜୟନ୍ତଙ୍କ ପାଇଁ ଖୁସି ପ୍ରକଟ କରି ସେମିତି କିଛି ସ୍ୱତନ୍ତ ଭାବରେ ପୋଷ୍ଟ୍ କରାଯିବାର ଦେଖାଗଲାନି। କିନ୍ତୁ, ଆଜି ଏହା ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ଘଟିଥିଲେ ପ୍ରତିକ୍ରିୟା ଭିନ୍ନ ଥାଆନ୍ତା!
-/DevD®ath