Odiapua.com

ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କର ପରଲୋକ

ନୂଆ ଦିଲ୍ଲୀ ୨୧-୮ (ଓଡ଼ିଆ ପୁଅ) ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କର ଆଜି ନିଧନ ହୋଇଯାଇଛି। ଗୌରଙ୍କର ହୃଦୟର ଗତି ରୋକିଯିବାରୁ ସ୍ଵର୍ଗବାସ ହୋଇଛି। ବୁଧବାରଦିନ ସକାଳେ ପ୍ରାୟତଃ ଛଅଟା ୪୫ ମିନିଟ୍ ସମୟରେ ସେ ନର୍ମଦା ହସ୍ପିଟାଲରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୌର ଗତ ୧୪ ଦିନହେବ ହସ୍ପିଟାଲରେ ଭର୍ତି ଥିଲେ ଏବଂ ଭେଣ୍ଟିଲେଟର ସପୋର୍ଟ ସିଷ୍ଟୋମରେ ଥିଲେ। ମଙ୍ଗଳବାରଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କର ଅବସ୍ଥା ଅଧିକ ବିଗିଡ଼ିଯାଇଥିଲା। ରକ୍ତଚାପ କମ ହେବା ସହିତ ପଲ୍ସ ରେଟ ମଧ୍ୟ କମିଯାଇଥିଲା।