Odiapua.com

ବିଜେପି ପ୍ରଶିକ୍ଷଣ ବର୍ଗରେ ଧୋଇଦେଲେ ସଙ୍ଗଠନ ମହାମନ୍ତ୍ରୀ !

ଭୁବନେଶ୍ୱର: ଗତ ୧୩ ତାରିଖରୁ ଆରମ୍ଭ ହୋଇ ପୁରୀଠାରେ ଚାଲିଥିବା ରାଜ୍ୟ ବିଜେପିର ତିନି ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ବର୍ଗ ଗୁରୁବାର ସନ୍ଧ୍ୟାରେ ସମାପନ ଘଟିଛି। ଦୀର୍ଘ ୮ ବର୍ଷ ପରେ ରାଜ୍ୟ ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଥିଲା। ପ୍ରଶିକ୍ଷଣ ବର୍ଗରେ ରାଜ୍ୟ ସଭାପତିଙ୍କ ସମେତ ଅନ୍ୟାନ୍ୟ ରାଜ୍ୟ ପଦାଧିକାରୀ, ରାଜ୍ୟ ପ୍ରଭାରୀ, କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ପଦାଧିକାରୀ ମାନେ ଆସି ବିଭିନ୍ନ ସତ୍ରରେ ଭିନ୍ନଭିନ୍ନ ବିଷୟ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ। ମନଇଚ୍ଛା ତଥା ଅବ୍ୟବସ୍ଥିତ ଢଙ୍ଗରେ ଚାଲି ଆସୁଥିବା ଓଡ଼ିଶା ବିଜେପିର ଏହି ପ୍ରଶିକ୍ଷଣ ବର୍ଗ ପ୍ରଥମରୁ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ ହୋଇଥିଲା। ବାସ୍ତବିକ ସାଙ୍ଗଠନିକ ବ୍ୟବସ୍ଥା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା ପରି ଅନୁଭବ ହେଉଥିଲା। ତେବେ ସମାରୋପ ସତ୍ରରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି. ଏଲ୍ ସନ୍ତୋଷ ସମସ୍ତଙ୍କୁ ଧୋଇ ଦେଇଥିଲେ। ରାଜ୍ୟ ବିଜେପିର ଦୃବଳ ସାଙ୍ଗଠନିକ ସ୍ଥିତି ତଥା କାର୍ଯ୍ୟକଳାପ ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ ବି. ଏଲ୍ ସନ୍ତୋଷ।ଏମିତିରେ ଅତ୍ୟନ୍ତ ଦୃବଳ ସ୍ଥିତିରେ ଥିବା ରାଜ୍ୟ ବିଜେପିରେ ଚାଲିଥିବା ପ୍ରବଳ ଗୋଷ୍ଠୀ କନ୍ଦଳ, ପରସ୍ପର ଗୋଛି କଟାକଟି ଆଦି ବାବଦରେ ହୁଏତ ସଂପୂର୍ଣ୍ଣ ଅବଗତ ଥିଲେ ବି. ଏଲ୍ ସନ୍ତୋଷ। ତେଣୁ, ନିଜ ନିଜ ଭିତରେ ଲଢ଼େଇ କରୁଛ ବିଜେଡି ସରକାର ବିରୋଧରେ ତୁମେ କ’ଣ ଲଢ଼ିବ ବୋଲି ପ୍ରଶ୍ନ କରିଥିଲେ ସଙ୍ଗଠନ ମହାମନ୍ତ୍ରୀ। ଏପରିକି ମଞ୍ଚ ତଳେ ଆଗ ଧାଡ଼ିରେ ବସିଥିବା ରାଜ୍ୟ ବିଜେପିର ପ୍ରମୂଖ ନେତୃତ୍ୱଙ୍କ ବସିବା ଶୈଳୀକୁ ନେଇ ମଧ୍ୟ ନାପସନ୍ଦ କରି କହିଥିଲେ ବି. ଏଲ୍ ସନ୍ତୋଷ। ଦେଖାଯାଉ ସଙ୍ଗଠନ ମହାମନ୍ତ୍ରୀଙ୍କ କଡ଼ା ତାଗିଦ୍ ପରେ କେତେ ସୁଧୁରୁଛି ଓଡ଼ିଶା ବିଜେପି।
-/DevDrath