Odiapua.com

ଅବନ୍ତା ଗ୍ରୁପ୍‌ର ପ୍ରୋମୋଟର ଗୌତମ ଥାପରଙ୍କୁ ଗିରଫ କଲା ଇଡ଼ି

ନୂଆଦିଲ୍ଲୀ ୦୫ ଅଗଷ୍ଟ (ଓଡିଆ ପୁଅ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ଗୌତମ ଥାପରଙ୍କୁ “ବେନାମି କାରବାର” କରି ୟେଶ୍ ବ୍ୟାଙ୍କରୁ କାଗଜ କଲମ ମାଧ୍ୟମରେ କେବଳ ବେନାମୀ କାରବାର ଆଧାରରେ ନିଆଯାଇଥିବା ୫୦୦ କୋଟିରୁ ଅଧିକ ଟଙ୍କା ହେରଫେର ଅଭିଯୋଗରେ ଗିରଫ କରିଛି।

ଖବର ଅନୁଯାୟୀ, ଅବନ୍ତା ଗ୍ରୁପ୍ ର ପ୍ରମୋଟର ଥାପରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ (PMLA) ଅଧିନିୟମ ଅନୁଯାୟୀ ଅନେକ ପଚରା ଉଚରା କରାଯିବା ପରେ ସେ ସହଯୋଗ କରିନଥିବାରୁ ତାଙ୍କୁ ଗିରଫ କରାଯାଇଛି।

ଇଡି ଏବଂ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଦ୍ୱାରା କରାଯାଇଥିବା ତଦନ୍ତରୁ ଜଣାପଡ଼ିଛିଯେ, ନୂଆଦିଲ୍ଲୀର ଅମୃତା ଶେର୍ଗିଲ୍ ମାର୍ଗରେ ୧.୨ ଏକର ବଙ୍ଗଳାକୁ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ବଜାର ମୂଲ୍ୟ ଅଧା ଦାମରେ ବିକ୍ରି କରାଯାଇଛି। ଯାହାକି ତାଙ୍କର ବ୍ୟାଙ୍କ ଦେଇଥିବା ୧, ୯୦୦ କୋଟିର ଋଣ ବଦଳରେ ଏହି ପରି କରାଯାଇଥିବା ଏବଂ ଏହି କାରବାରରେ ୩୦୭ କୋଟି ଲାଞ୍ଚ ସମ୍ପୃକ୍ତ ଥିବା ଏଜେନ୍ସିମାନେ ଦାବି କରିଛନ୍ତି।

ଇଡି କହିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ସଂସ୍ଥା ଦ୍ୱାରା ବିପୁଳ ପରିମାଣର ଅର୍ଥ ହାସଲ କରିବା ପାଇଁ ୟେଶ୍ ବ୍ୟାଙ୍କରୁ ବେନାମୀ କାରବାର ଆଧାରରେ ଅତି କମରେ ₹ ୫୦୦ କୋଟି ଟଙ୍କା ହାସଲ କରାଯାଇଥିଲା।