Odiapua.com

ମୁମ୍ବାଇର ଭିବଣ୍ଡିରେ ୩ ମହଲା କୋଠା ଭୁଶୁଡିଲା, ୮ ମୃତ, ଅନେକ ଦବି ରହିଥିବା ଆଶଂକା

ନୂଆଦିଲ୍ଲୀ ୨୧, ସେପ୍ଟେମ୍ବର (ଓଡ଼ିଆ ପୁଅ) ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ନିକଟରେ ଏକ ବଡ଼ ଦୁର୍ଘଟଣାର ଖବର ଆସିଛି ଯେଉଁଥିରେ ୮ ଜଣ ପ୍ରାଣ ହରାଇଛନ୍ତି। ମୁମ୍ବାଇକୁ ଲାଗିଥିବା ଭିବଣ୍ଡିର ଧାମନକର ନାକା ନିକଟ ପଟେଲ କମ୍ପାଉଣ୍ଡ ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି। ସକାଳେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, ୩୫ ରୁ ୪୦ ଜଣ ଲୋକ ବିଲ୍ଡିଂ ଆବର୍ଜନାରେ ଫସି ରହିଥିଲେ। ତେବେ ଦୁର୍ଘଟଣା ଖବର ପାଇବା ମାତ୍ରେ ପୋଲିସ ଏବଂ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନାନୁସାରେ, ସ୍ଥାନୀୟ ଲୋକଙ୍କ ସହାୟତାରେ ଅତି କମରେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି କରାଯାଇଛି। ଆବର୍ଜନା ତଳେ ପୋତି ହୋଇଥିବା ଅବଶିଷ୍ଟ ୨୫ ଜଣଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି।