Odiapua.com

ଆଫଗାନିସ୍ଥାନ: କାବୁଲର ବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୨୫ ମୃତ, ୫୨ ଆହତ

ନୂଆ ଦିଲ୍ଲୀ ୮-୫ (ଓଡ଼ିଆ ପୁଅ) ଶନିବାର ଆଫଗାନିସ୍ତାନର କାବୁଲର ଏକ ସ୍କୁଲ ନିକଟରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଟୋଲୋ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଜଣାପଡ଼ିଛି। ଏହି ବିସ୍ପୋରଣରେ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ହୋଇଛନ୍ତି।
ତାଲିବାନ ସମେତ କୌଣସି ଆତଙ୍କବାଦୀ ଗୋଷ୍ଠୀ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।
ରଏଟର୍ସ ର ଖବର ଅନୁଯାୟୀ, କାବୁଲର ଏକ ସ୍କୁଲରେ ଏକାଧିକ ବିସ୍ଫୋରଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଛାତ୍ର ଆହତ ହୋଇଛନ୍ତି ବୋଲି ଅନ୍ତରୀଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅଧିକାରୀ ଜଣକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଅଧିକାଂଶ ଆହତ ବ୍ୟକ୍ତି ସୟଦ ଉଲ୍ ଶୁହାଦା ସ୍କୁଲର ଛାତ୍ର।

ଗତ ମାସରେ ୧୧ ସେପ୍ଟେମ୍ବର ସୁଦ୍ଧା ଆମେରିକାର ସମସ୍ତ ସୈନ୍ୟଙ୍କୁ ବାହାର କରିବା ପାଇଁ ୱାଶିଂଟନ୍ ଯୋଜନା ଘୋଷଣା କରିଥିବାରୁ କାବୁଲ ସଜାଗ ରହିଛି।

ଏହି ବିଦ୍ୟାଳୟଟି ବାଳିକା ଏବଂ ବାଳକମାନଙ୍କ ପାଇଁ ମିଳିତ ହାଇସ୍କୁଲ ଅଟେ, ଯେଉଁମାନେ ତିନୋଟି ସିଫ୍ଟରେ ଅଧ୍ୟୟନ କରନ୍ତି, ଦ୍ୱିତୀୟଟି ବାଳିକାମାନଙ୍କ ପାଇଁ, ଶିକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ନଜିବା ଆରିୟାନ୍ ରଏଟର୍ସକୁ କହିଛନ୍ତି। ଆହତମାନେ ପ୍ରାୟତଃ ବାଳିକା ବୋଲି ସେ କହିଛନ୍ତି।