Odiapua.com

ସେକେଣ୍ଡକୁ ୫.୨ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବିଶାଳ ଉଲ୍‌କା ପିଣ୍ଡ ..

ୱାସିଂଟନ: ସେକେଣ୍ଡକୁ ୫.୨ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବିଶାଳକାୟ ଉଲକା ପିଣ୍ଡ। ନାସା ଏଭଳି ଉଲ୍‌କା ପିଣ୍ଡ ଉପରେ ନଜର ରଖିଛି ଯାହା ତୀବ୍ର ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। କୁହାଯାଉଛି ଯେ ଏହାର ଲମ୍ବ ଏମ୍ପାୟାର ଷ୍ଟେଟ ବିଲ୍ଡିଙ୍ଗ ଠାରୁ ମଧ୍ୟ ଅଧିକ। ଏହାର ଲମ୍ବ ୨୫୦ ରୁ ୫୭୦ ମିଟର (୮୨୦ ରୁ ୧୮୭୦ ଫୁଟ) ଏବଂ ଚଉଡ଼ା ୧୩୫ ମିଟର ମଧ୍ୟରେ ହୋଇପାରେ ବୋଲି ଆକଳନ କରାଯାଉଛି।

ଡେଲି ଷ୍ଟାର୍ ରିପୋର୍ଟ ଅନୁଯାୟୀ, ଏହା ସେକେଣ୍ଡ ପ୍ରତି ପାଖାପାଖି ୫.୨ କିଲୋମିଟର ଅର୍ଥାତ୍ ଘଣ୍ଟା ପ୍ରତି ୧୧,୨୦୦ ମାଇଲ୍ ବେଗରେ ଗତି କରୁଛି। ଜୁନ ୬ ତାରିଖ ରବିବାର ଦିନ ସକାଳ ୮: ୨୦ ସମୟରେ ପୃଥିବୀର ବହୁତ ନିକଟ ଦେଇ ଏହା ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି। ନାସା ପକ୍ଷରୁ ଏହି ଏହି ଉଲ୍‌କା ପିଣ୍ଡକୁ ଏଟେନ ଆଷ୍ଟ୍ରଏଡ ରୂପରେ ବର୍ଗୀକରଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମେ ୨୧ ତାରିଖରେ ୧.୫ କିମି ଲମ୍ବର ଏକ ବଡ଼ ଉଲକା ପିଣ୍ଡ ପୃଥିବୀ କକ୍ଷର ନିକଟ ଦେଇ ଗତି କରିଥିଲା। /-ଦେବଦତ୍ତ ରଥ