Odiapua.com

ଆସ୍ଥା ଫାଉଣ୍ଡେସନ ଓଡ଼ିଶାରେ ଲଗାଇବ ଏକଲକ୍ଷ ଗଛ

ଭୁବନନେଶ୍ୱର ୨୮. ୬ (ଓଡ଼ିଆ ପୁଅ) ସମ୍ପ୍ରତି ଫନି ବାତ୍ୟାରେ ଓଡ଼ିଶାର ଗଛବୃକ୍ଷମାନଙ୍କର ବ୍ୟାପକ କ୍ଷତି ହୋଇଥିବାରୁ ପରିବେଶ ସନ୍ତୁଳନ ପାଇଁ ‘ଆସ୍ଥା ଫଣ୍ଡେସନ’ ରାଜ୍ୟରେ ଏକ ଲକ୍ଷ ବୃକ୍ଷରୋପଣ କରିବାକୁ ସଙ୍କଳ୍ପ ନେଇଛି। ଫାଉଣ୍ଡେସନ ପକ୍ଷରୁ ଏହି ପରିପ୍ରେକ୍ଷୀରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ‘ଜୀବନରକ୍ଷା’ ଯାଜପୁର ଜିଲ୍ଲାର ଛତିଆ ସ୍ଥିତ ଭଗବାନ ଅମରେଶ୍ୱର ମନ୍ଦିର ପ୍ରଙ୍ଗଣରେ ଫାଉଣ୍ଡେସନ ଚେୟାରମ୍ୟାନ ଡ଼ା ଷ୍ଟାଲିନ ମିଶ୍ର ଓ ସ୍ଥାନୀୟ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ଯେ, ବୃକ୍ଷହାନୀ, ଜଳବାୟୁ ପରିବର୍ତ୍ତନ, ସ୍ୱଳ୍ପ ବୃଷ୍ଟିପାତ ଓ ବାୟୁମଣ୍ଡଳର ବର୍ଦ୍ଧିତ ଉତ୍ତାପର କାରଣ ଅଟେ। ଏହି ଅବସରରେ ଡ଼ା ଷ୍ଟାଲିନ ମିଶ୍ର କହିଛନ୍ତି ଯେ, ଓଡ଼ିଶା ଭଳି ଯୁବକ ବହୁଳ ରାଜ୍ୟରେ ଯଦି ପ୍ରତ୍ୟେକ ଯୁବକ ଗୋଟିଏ ଗୋଟିଏ ଗଛ ଲଗାନ୍ତି ତା’ହେଲେ କୋଟି କୋଟି ନୂଆ ଗଛ ଲଗାଯାଇପାରିବ ଏବଂ ତାହା ଦ୍ୱାରା ପରିବେଶକୁ ମଧ୍ୟ ରକ୍ଷା କରାଯାଇପାରିବ। ଏହିପରି ବୃକ୍ଷରୋପଣକୁ ଏକ ଜନଆନ୍ଦୋଳନ ରୂପରେ ଗ୍ରହଣ କରିବାକୁ ସେ ଓଡ଼ିଶାର ଯୁବ ସମାଜକୁ ଆହ୍ୱାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତର ସରରପଞ୍ଚ ଓ ପଞ୍ଚାୟତ ସମିତିର ବହୁ କାର୍ଯ୍ୟକର୍ତା ତଥା ଆଖାପାଖର ବହୁ ଗ୍ରାମବାସୀମାନେ ଉପସ୍ଥିତ ରହି ସହେଯାଗ କରିଥିବାରୁ ଡ଼ା ମିଶ ଫାଉଣ୍ଡେସନ ତରଫରୁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା