Odiapua.com

ମା”ତତେ ମୁଁ ଖୁବ୍ ଭଲପାଏ:ନକ୍ସଲ ଆକ୍ରମଣରୁ ବଞ୍ଚିଯାଇଥିବା ମୋରମୁକୁଟଙ୍କ ଇମୋସନାଲ ଭିଡିଓ

ଭୁବନେଶ୍ୱର;୩୧,ଅକ୍ଟୋବର:ଛତିଶଗଡ଼ର ଦନ୍ତେଓ୍ୱାଡ଼ାରେ ନକ୍ସଲ ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିବା ଦୂରଦର୍ଶନ ନ୍ୟୁଜ୍‌ ଟିମ୍‌ର ଆସିଷ୍ଟାଣ୍ଡ କ୍ୟାମେରାମ୍ୟାନ ମୋରମୁକୁଟ୍ ଶର୍ମାଙ୍କର ଦ୍ୱାରା ଆକ୍ରମଣ ବେଳେ କରାଯାଇଥିବା ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ଲାଗିରହିଛି।ଏହି ମୋବାଇଲ୍ ଭିଡିଓରେ ନକ୍ସଲ ଆକ୍ରମଣ ବେଳର ଦୃଶ୍ୟ ନଥିଲେ ମଧ୍ୟ ଗୁଳି ଚାଳନାର ଶବ୍ଦ ସ୍ପଷ୍ଟ ଶୁଭୁଛି।ନକ୍ସଲ ଆକ୍ରମଣ ବେଳେ ଆସିଷ୍ଟାଣ୍ଡ କ୍ୟାମେରାମ୍ୟାନ ମୋରମୁକୁଟ୍ ଶର୍ମା ଏକ ଖାଲରେ ପଡ଼ିଯାଇଥିଲେ।ସେଇଠି ହିଁ ସେ କୌଶଳରେ ନିଜ ମୋବାଇଲ୍‌ ଫୋନ୍‌ରେ ଏକ ଭିଡିଓ ବାର୍ତ୍ତା ରେକର୍ଡ କରିଦେଇଥିଲେ।ନକ୍ସଲଙ୍କ ଚକ୍ରବ୍ୟୂହରୁ ବର୍ତ୍ତିବା ଅସମ୍ଭବ ବୋଲି ଜାଣିବା ପରେ,ମୋରମୁକୁଟ୍ ନିଜ ମୋବାଇଲରୁ ତାଙ୍କ ମା’ଙ୍କ ନିକଟକୁ ଭିଡିଓ ମେସେଜ ଦେବା ଲାଗି ଚାହିଁଥିଲେ।ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ପ୍ରବଳ ଗୁଳି ବର୍ଷଣ ଚାଲିଥିବା ବେଳେ ସେ ତଳେ ଶୋଇପଡ଼ି ଧୀରେ ଧୀରେ ଭିଡିଓଟି ରେକର୍ଡ କରିଥିଲେ।

ଭିଡିଓରେ ମୋରମୁକୁଟ୍‌ ନିଜ ମାଆଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି,ମୁଁ ହୁଏତ ଆଉ ବଞ୍ଚି ନପାରେ ମା’।ଆମକୁ ନକ୍ସଲମାନେ ଚାରିପଟୁ ଘେରି ଯାଇଛନ୍ତି।ଯଦି ମୁଁ ନ ବଞ୍ଚେ,ତେବେ ବ୍ୟସ୍ତ ହେବନି।ଆମେ ଦନ୍ତେବାଡ଼ା ଆସିଥିଲୁ ଇଲେକ୍ସନ କଭରେଜ ପାଇଁ,ଗୋଟେ ରାସ୍ତାରେ ଯାଉଥିଲୁ।ଆର୍ମି ଆମ ସାଙ୍ଗରେ ଥିଲା।ଅଚାନକ ଘେରିଗଲେ ନକ୍ସଲମାନେ।ମମି,ତତେ ମୁଁ ବହୁତ ଭଲପାଏ,,ହେଇପାରେ ଏ ଆକ୍ରମଣରେ ମୁଁ ମରି ଯାଇପାରେ।ପରିସ୍ଥିତି ଠିକ୍ ନାହିଁ।କାହିଁକି କେଜାଣି ମୃତ୍ୟୁକୁ ସାମ୍ନାରେ ଦେଖି ଡର ଲାଗୁନାହିଁ।ବଞ୍ଚିବା ମୁସ୍କିଲ ଏଠି।୬/୭ ଜଣ ଜବାନ ସାଙ୍ଗରେ ଅଛନ୍ତି।ଚାରିପଟୁ ନକ୍ସଲ ଘେରି ଯାଇଛନ୍ତି।ଭିଡିଓଟି ଖୁବ୍ ମାତ୍ରାରେ ଭାଇରାଲ ହେବା ସହ ଭାବପ୍ରବଣ କରିଦେଉଛି।/ଦେବଦତ୍ତ