Odiapua.com

ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରୀ

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଆସାମ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।ଜାନୁୟାରୀ ୨୦୨୧ ପରେ ଦୁଇଟିରୁ ଅଧିକ ସନ୍ତାନ ଜନ୍ମ କରୁଥିବା ବ୍ୟକ୍ତିଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ ବୋଲି କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି।ବୈଠକ ପରେ ଜନସମ୍ପର୍କ ବିଭାଗ ପକ୍ଷରୁ ଏ’ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି।ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଜନସମ୍ପର୍କ ପ୍ରକୋଷ୍ଠ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଛୋଟ ପରିବାର ଯୋଜନା ଆଧାରରେ ୨୦୨୧ ଜାନୁୟାରୀରୁ ଦୁଇରୁ ଅଧିକ ଶିଶୁ ଜନ୍ମ କରୁଥିବା ବ୍ୟକ୍ତିଙ୍କୁ ଆଉ ସରକାରୀ ଚାକିରି ଦିଆଯିବ ନାହିଁ।ଛୋଟ ପରିବାର ମାନଦଣ୍ଡ ଅନୁସାରେ ଦୁଇରୁ ଅଧିକ ସନ୍ତାନ ନୂଆ ନୀତି ଅଧୀନରେ ଏହି ସର୍ତ୍ତକୁ କେବଳ ସରକାରୀ ଚାକିରି ଦିଆଯିବା ସମୟରେ ଧ୍ୟାନ ଦିଆଯିବ ନାହିଁ, ବରଂ ଚାକିରି ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପାଳନ କରିବାକୁ ପଡ଼ିବ।ସରକାରୀ ଚାକିରିଆ ସେମାନଙ୍କ ସନ୍ତାନ ସଂଖ୍ୟା ୨ରୁ ଯେପରି ଅଧିକ ନ ହେବ ସେଥିପ୍ରତି ଧ୍ୟାନ ଦେବେ।ଯଦି କେହି ଏଥିରେ ଖିଲାପ କଲେ ଅଥବା ଚାକିରି ପରେ ସନ୍ତାନ ସଂଖ୍ୟା ୨ରୁ ଅଧିକ ହେଲା, ତେବେ ତାଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯିବ।ଏହା ସହ କ୍ୟାବିନେଟ ବୈଠରେ ନୂଆ ଭୂମି ନୀତିକୁ ମଧ୍ୟ ମଞ୍ଜୁରୀ ମିଳିଛି।ଯେଉଁଥିରେ ଭୂମିହୀନ ଲୋକମାନଙ୍କୁ ରାଜ୍ୟରେ ତିନି ବିଘା (୦.୭୫ ଏକର) କୃଷି ଭୂମି ଓ ଘର ବନାଇବା ପାଇଁ ଆଧା ବିଘା ଜମି ମିଳିବ।//ଦେବଦତ୍ତ ରଥ