Odiapua.com

କୁଇନ ୟୁନିଭର୍ସ ସୁନ୍ଦରୀ ହେଲେ ସମ୍ବଲପୁରର ଝିଅ ଅର୍ପିତା ପୂଜାରୀ

ସମ୍ବଲପୁର, ୨୪/୭, (ଓଡ଼ିଆ ପୁଅ/ସରୋଜ ସାହୁ ): ଦିଲ୍ଲୀରେ ଏମଆଇଏଚଏମ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ସମ୍ବଲପୁରର ଝିଅ ଅର୍ପିତା ପୂଜାରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଖୁବ କମ ଦିନରେ ଆୟୋଜକଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ କାମକୁ ସେ ଶେଷ କରିବା ସହ ଅର୍ପିତା ଟାଇଟଲ ବିଜୟିନୀ ହୋଇଛନ୍ତି। ଏମଆଇଏଚଏମ ଦ୍ବାରା ଆୟୋଜିତ ଜାତୀୟ ସ୍ତରୀୟ ଏହି କୁଇନ ୟୁନିଭର୍ସ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କୁ ବିଭିନ୍ନ କାମ ଦିଆଯାଇଥିଲା। ପରେ ୪୮ଜଣଙ୍କ ତାଲିକା ପ୍ରକାଶ ପାଇଥିଲା ବେଳେ ଏଥିରେ ଅର୍ପିତାଙ୍କ ନାମ ରହିଥିଲା। ସଂସ୍ଥା ପକ୍ଷରୁ ତାଙ୍କୁ ସୋସାଇଟି ପାଇଁ କଣ କରି ପାରିବେ ବୋଲି ପ୍ରଶ୍ନ ହୋଇଥିଲା। ଏଥିରେ ସେ ଷ୍ଟ୍ରିଟ ଆନିମଲ ଓ ସେଭ ଗାର୍ଲ ଚାଇଲ୍ଡ ଉପରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ ସଂସ୍ଥା ପକ୍ଷରୁ ତାଙ୍କୁ ଷ୍ଟିଟ ଆନିମଲ ଉପରେ କାର୍ଯ୍ୟ କରିବା ପାଇଁ କୁହାଯାଇଥିଲା। ଅର୍ପିତା ଗୋଟିଏ ସପ୍ତାହ ଭିତରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ଟାକ୍ସ ପୂରଣ କରିଥିଲେ। ସେ ଜୁଲାଇ ୪ ତାରିଖରେ ଏହା ସମ୍ପନ୍ନ କରିଥିଲେ। ପରେ ୧୦ ଦିନ ମଧ୍ୟରେ ତାଙ୍କ ରେଜଲ୍ଟ ଆସିଥିବା ଅର୍ପିତା ପ୍ରକାଶ କରିଛନ୍ତି।

ଏହି ପ୍ରତିଯୋଗିତା ଦିଲ୍ଲୀରେ ହେବାକୁ ଥିବା ବେଳେ କୋରୋନା ଯୋଗୁଁ ସମସ୍ତ ପ୍ରତିଯୋଗୀ ଅନଲାଇନ ମାଧ୍ୟମରେ ଭାଗ ନେଇଥିଲେ। ଅର୍ପିତାଙ୍କ ନିଜର ବ୍ୟବସାୟ ଥିଲେ ମଧ୍ୟ ସେ ଏଭଳି ପ୍ରୟାସ କରିଥିବା ସେ କହିଛନ୍ତି। ଏଥିପାଇଁ ମା ସମଲେଶ୍ବରୀ, ନିଜ ସ୍ବାମୀ ଓ ନିଜ ପରିବାର ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି। ଏପରିକି କି ବିବାହ ପରେ ବି ଏଭଳି ପ୍ରତିଯୋଗିତାରେ ଭାଗ ନେଇ କୁଇନ ୟୁନିଭର୍ସ ୱିନର ହେବା ସୌଭାଗ୍ୟର କଥା ବୋଲି ସେ ପ୍ରକାଶ କରିଛନ୍ତି। ଆଗକୁ ଅନେକ ପ୍ରତିଯୋଗିତାରେ ଭାଗ ନେଇ ନିଜର କାର୍ଯ୍ୟଦକ୍ଷତା ଦେଖାଇବେ ବୋଲି ସେ କହିଛନ୍ତି।

ସମ୍ବଲପୁର ଧନକଉଡା ନିବାସୀ ବିଶ୍ୱ ରଞ୍ଜନ ପୁରୋହିତ ଙ୍କ ପତ୍ନୀ ଅର୍ପିତା ପୂଜାରୀ ହେଉଛନ୍ତି ସମ୍ବଲପୁର ପଣ୍ଡିତ ଲଷ୍ମୀ ନାରାୟଣ ମିଶ୍ର ଲେନ ନିବାସୀ ସରୋଜ (ବୁଲୁ) ପୂଜାରୀ ଏବଂ ଗୀତା ରାଣୀ ପୂଜାରୀ ଙ୍କ ଝିଅ।