Odiapua.com

“ମୁଁ ନୁହଁ ଆମେ”:ଆରମ୍ଭରୁ ଜଗନ୍ନାଥ!ରଥଯାତ୍ରା ଉଦାହରଣ ସହ ଅପରାଜିତାଙ୍କ ସାନଦାର ଟ୍ୱିଟ

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀ ଭିଆରଏସ ପାଇଁ ଆବେଦନ କରିବା ପରେ ଏବଂ ଏବେ ଏହାକୁ ରାଜ୍ୟ ସରକାର ସ୍ୱୀକୃତି ଦେବା ପରେ ଅପରାଜିତା ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି।ସେ ବିଜେପିରେ ଯୋଗ ଦେବା ଏବଂ ଭୁବନେଶ୍ୱରରୁ ଏମପି ପାର୍ଥି ହେବା ନେଇ ଆଲୋଚନା ହେଉଛି।ଓଡ଼ିଶା ବିଜେପିରେ ସେ ଏକ ଗୁରୁଦାୟିତ୍ୱ ନେଇ ପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି।ଏବେ ଦୁଇ ଦିନ ହେଲା ଓଡ଼ିଶା ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇ ଯାଇଛନ୍ତି ଅପରାଜିତା ଷଡ଼ଙ୍ଗୀ।ପ୍ରତ୍ୟେକ ଦଳ ଭିତରେ ଏବେ ତାଙ୍କ ନାଁ ଆଲୋଚନା।ସୋସିଆଲ ମିଡିଆରେ ମଧ୍ୟ ଏବେ ତାଙ୍କ ନାଁ କୁ ନେଇ ଖୁବ୍ ଆଲୋଚନା।

ତେବେ ରାଜନୀତିକୁ ଆସିବା ନ ଆସିବା ନେଇ ଅପରାଜିତା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି।କିନ୍ତୁ,ରାଜନୀତିକୁ ଅପରାଜିତା ଆସୁଥିବା ନେଇ ଆଲୋଚନା ଆରମ୍ଭ ପରେ ଏବେ ତାଙ୍କର ଏକ ଟ୍ୱିଟ ସାମ୍ନାକୁ ଆସିଛି।ଅପରାଜିତା ଲେଖିଛନ୍ତି “ଭଗବାନ ଜଗନ୍ନାଥଙ୍କର ପବିତ୍ର ରଥ ସବୁ ଲୋକଙ୍କ ଦ୍ୱାରା ଟଣା ଯାଇଥାଏ,ଜଣେ ଲୋକ ଦ୍ୱାରା ନୁହେଁ।ସବୁ ବଡ଼ ଉପଲବ୍ଧି ସଂଯୁକ୍ତ ପ୍ରୟାସର ପରିଣାମ ହୋଇଥାଏ। ଆମେ;ମୁଁ ନୁହେଁ।”

ହୁଏତ ଅପରାଜିତା ଯେ କେବଳ ରାଜନୀତିକୁ ଆସୁନାହାଁନ୍ତି,ଏକ ଗୁରୁ ଦାୟିତ୍ୱ ନେବା ସହ ସାମୁହିକ ପ୍ରୟାସ ଦ୍ୱାରା ତାହା ସମ୍ଭବ ବୋଲି ଏକ ପ୍ରାକ୍ ଇଶାରା ଏବେଠାରୁ ପରୋକ୍ଷରେ ଦେଇ ଥାଇପାରନ୍ତି।ଏବଂ ସେ ପ୍ରଥମରୁ ହିଁ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ରଥଯାତ୍ରା ଉଦାହରଣ ମାଧ୍ୟମରେ ଏକ ସୁନ୍ଦର ସନ୍ଦେଶ ମଧ୍ୟ ଦେଇଛନ୍ତି।/ଦେବଦତ୍ତ