Odiapua.com

ବାବା ଆଖଣ୍ଡଳମଣି ଦର୍ଶନରେ ଆସିବେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୭ ତାରିଖରେ ଭଦ୍ରକ ଆରେଡ଼ି ସ୍ଥିତ ବାବା ଆଖଣ୍ଡଳମଣି ଦର୍ଶନରେ ଆସିବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଜାତୀୟ କୀର୍ତ୍ତିରାଜି କତ୍ତୃପକ୍ଷ ବା ନ୍ୟାସନାଲ ମନୋମେଣ୍ଟ ଅଥରିଟି (ଏନଏମଏ) ଆନୁକୂଲ୍ୟରେ ଆୟୋଜିତ ବୈଠକରେ ପୁରୀ ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷର ଉଚ୍ଚତା କମ୍ କରିବା, ଏହାର ନିର୍ମାଣ ମନ୍ଦିର ପରିସର ଠାରୁ ୧୦୦ ମିଟର ବାହାରେ ସ୍ଥାନାନ୍ତରଣ ଏବଂ ୧୦୦ ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ସମସ୍ତ ନିର୍ମାଣ ରଦ୍ଦ ନିଷ୍ପତ୍ତି ନିଆଯିବାକୁ ସମଗ୍ର ଓଡ଼ିଆ ଜାତି ଏବଂ ଜଗନ୍ନାଥ ପ୍ରେମୀ ବନ୍ଧୁମାନଙ୍କ ସାମୁହିକ ବିଜୟ ବୋଲି ଅଭିହିତ କରି ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଦର୍ଶନରେ ବାହାରିବେ ଅପରାଜିତା ଷଡ଼ଙ୍ଗୀ। ଆସନ୍ତା ଅକ୍ଟୋବର ୭ ତାରିଖରେ ଭଦ୍ରକ ଆରେଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ଦର୍ଶନରୁ ଏହା ଆରମ୍ଭ ବୋଲି ଜଣାପଡ଼ିଛି।
-/Dr