Odiapua.com

ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା: ଅପରାଜିତା ..

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା ଅପରାଜିତା। ଏବେ ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ଓଡ଼ିଶା ଗସ୍ତରେ ଆସିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏକ ବୈଠକରେ ଜଣେ ରାଜ୍ୟ ପ୍ରବକ୍ତା ଏକ ପ୍ରଶ୍ନ କରିଥିଲେ। ପ୍ରଶ୍ନଟି ଥିଲା, ବ୍ୟକ୍ତି ବଡ଼ ନାଁ, ସଙ୍ଗଠନ ବଡ଼? ଏହାର ଉତ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଲେ ଯେ, ଆରବୀ ଘୋଡ଼ା ତ’ ଦୌଡ଼ିବ। ସଇସର (ଘୋଡ଼ା ଚାଳକ) କାମ ସେ କିପରି ଘୋଡ଼ାକୁ ନିୟନ୍ତ୍ରଣ କରିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଏପରି ଶାଣିତ ଉତ୍ତର ଶୁଣି ପ୍ରବକ୍ତା ଜଣଙ୍କ ଅପ୍ରସ୍ତୁତ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା (ଆପେକ୍ଷିତ) ପଦାଧିକାରୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ, ନଡ୍ଡାଙ୍କ ଉତ୍ତର ଶୁଣି ଓଡ଼ିଶା ବିଜେପିର ମଙ୍ଗୁଆଳଙ୍କ ମୁହଁ ମଳିନ ପଡ଼ି ଯାଇଥିଲା। କାରଣ, କୁହାଯାଉଛି ରାଜ୍ୟ ପ୍ରବକ୍ତା ଜଣଙ୍କର ଏହି ପ୍ରଶ୍ନ ମଙ୍ଗୁଆଳ (ମନ୍ତ୍ରୀ)ଙ୍କ ଇଙ୍ଗିତରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ଆକ୍ଷେପ ଥିଲା। ଆଉ ସେହିପରି ନଡ୍ଡାଙ୍କ ଉତ୍ତର, ଆରବୀ ଘୋଡ଼ା ତ’ ଦୌଡ଼ିବ ମଧ୍ୟ ଅପରାଜିତାଙ୍କ ଉଦ୍ଦିଷ୍ଟ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଦୁନିଆରେ ଶ୍ରେଷ୍ଠ ପ୍ରଜାତିର ଘୋଡ଼ା ମଧ୍ୟରେ ଆରବୀ ଘୋଡ଼ା ଅନ୍ୟତମ। ଆରବୀ ଘୋଡ଼ା ଏକ ପ୍ରାଚୀନ ପ୍ରଜାତିର ଘୋଡ଼ା। ଶାରୀରିକ ଗଠନ ସମେତ ଶକ୍ତି ଏବଂ ତେଜ୍ ଗତି ପାଇଁ ଦୁନିଆଁ ସାରା ଆରବୀ ଘୋଡ଼ାର ଏକ ସ୍ୱତନ୍ତ୍ର ପରିଚୟ ଏବଂ ଚାହିଦା ରହିଛି।
-/DevDrath