Odiapua.com

ଅପରାଜିତାଙ୍କ ସିରିଜ ଟ୍ୱିଟ: ମହିଳା ସମାବେଶ ପରେ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର:ପୁରୀଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେଇ ବିଭିନ୍ନ ଘୋଷଣା କରି ବାହା ବାଃ ନେବାର କିଛି ସମୟ ପରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ ଗୋଟାଏ ପରେ ଗୋଟାଏ ସିରିଜ ଟ୍ୱିଟ କରି ବାସ୍ତବତା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଅପରାଜିତା ଲେଖିଛନ୍ତି “୧୯ ବର୍ଷର ଲଗାତର ଶାସନ ଦାୟିତ୍ୱରେ ରହିଥିବା ଶାସକ ବିଜେଡି ଏସଏଚଜି ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ ବିକଳ୍ପ ବାହାର କରିପାରିଲା ନାହିଁ।କେବଳ ସିଡ୍ ମନି ତାହା ପୁଣି ନିର୍ବାଚନର ଅବ୍ୟବହିତ ପୂର୍ବରୁ ହିଁ ପ୍ରଦାନ କରାଯାଇଛି।ଯେତେବେଳେ କି ଗତ ୨ବର୍ଷ ହେଲା ଏସଏସଜି ଗ୍ରୁପ ପାଇଁ ବଜେଟ “୦” ଥିଲା।

୨୦୧୩-୧୪ ବର୍ଷରେ ରାଜ୍ୟରେ ୫.୨୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଥିଲେ।ଏବେ ଏପ୍ରିଲ ୨୦୧୭ ସୁଦ୍ଧା ଆଉ ୩ ଲକ୍ଷ ବୃଦ୍ଧି ଘଟିଥିବା ଦାବି କରାଯାଉଛି।ଉଭୟକୁ ମିଶାଇଲେ ଏହା ଏବେ ୮.୨୩ ଲକ୍ଷରେ ପହଁଚିବା କଥା।ସରକାରୀ ତଥ୍ୟ କହୁଛି ଏହି ସଂଖ୍ୟା ଆଜି ଦିନରେ ୬ ଲକ୍ଷ ରହିଛି।୨.୨୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠି କୁଆଡେ ଉଭାନ୍ ହୋଇଗଲେ ?

କେହିବି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ନେଇ ଗୋଲାପୀ ଚିତ୍ର ଦେଉଛନ୍ତି ସେମାନେ ଆସନ୍ତୁ ମୋ ସହିତ ଭିନ୍ନଭିନ୍ନ ଅଂଚଳ ବୁଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସହ ଆଲୋଚନା କରିବା।କ୍ଷୁଦ୍ରଉଦ୍ୟୋଗର ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ନିରୁତ୍ସାହଜନକ ଏହି ଗୋଷ୍ଠି ମାନଙ୍କୁ ମାର୍ଗଦର୍ଶନ ଓ ଉଚିତ ପରାମର୍ଶ ଦେବାରେ ବିଫଳତାର ଚିତ୍ର ସ୍ପଷ୍ଟ।

ମହିଳା ଶିଶୁ ବିକାଶ ବିଭାଗର ୧୫-୧୦-୨୦୧୮ ତାରିଖରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ସିଡ୍ ମନି ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛି।ମାତ୍ର କାହିଁକି ଜାନୁଆରୀ ମାସ ପର୍ଯ୍ୟନ୍ତ ସରକାର ଅପେକ୍ଷା କଲେ?ସିଡ୍ ମନି ଓ ଭୋଟ ବ୍ୟାଙ୍କ ରାଜନୀତି ସମ୍ପର୍କ ଏହା ଦ୍ୱାରା ସ୍ପଷ୍ଟ ହେଉ ନାହିଁ କି?

ନାବାର୍ଡର ତଥ୍ୟ ସ୍ପଷ୍ଟ କରୁଛି ବାର୍ଷିକ ହାରାହାରି ୭୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ବ୍ୟାଙ୍କ୍ ଋଣ ପାଉଛନ୍ତି । ଯଦି ୬ ଲକ୍ଷ ଗୋଷ୍ଠି ଅଛି ଏବଂ ଏଥିରୁ ମାତ୍ର ୭୨ ହଜାର ବ୍ୟାଙ୍କ ଋଣ ପାଉଛନ୍ତି ତାହାହେଲେ ଏହା ସ୍ପଷ୍ଟ କରୁଛି କ୍ଷୁଦ୍ର ଉଦ୍ୟୋଗ ଓ ବ୍ୟାଙ୍କ ସହାୟତାରେ କାର୍ଯ୍ୟକ୍ରମ ବହୁତ କମ।/ଦେବଦତ୍ତ