Odiapua.com

ପତିଙ୍କ ପରେ ପତ୍ନୀ:ଅନୁଷ୍କା ଶର୍ମାଙ୍କ ମହମ ମୂର୍ତ୍ତି

ସିଙ୍ଗାପୁର:ବଲିଉଡ ଅଭିନେତ୍ରୀ ତଥା କ୍ରିକେଟିୟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ମହମ ମୂର୍ତ୍ତି ମ୍ୟାଡମ ତୁଷାଦ ମିଉଜିୟମ (ସଂଗ୍ରହାଳୟ)ରେ ସ୍ଥାନ ପାଇଛି।ସିଙ୍ଗାପୁର ସ୍ଥିତ ମ୍ୟାଡମ ତୁଷାଦ ମିଉଜିୟମରେ ଅନୁଷ୍କା ନିଜ ମହମ ମୂର୍ତ୍ତିର ଅନାବରଣ କରିଛନ୍ତି।ମୂର୍ତ୍ତି ସହ ଅନୁଷ୍କା ସେଲ୍ଫି ନେବାର ଦେଖାଯାଉଛନ୍ତି।ପୂର୍ବରୁ ଅନୁଷ୍କାଙ୍କ ସ୍ୱାମୀ ଭାରତୀୟ କ୍ରିକେଟ ଟିମ ଅଧିନାୟକ ବିରାଟ କୋହଲିଙ୍କର ମହମ ମୂର୍ତ୍ତି ଦିଲ୍ଲୀ ସ୍ଥିତ ମ୍ୟାଡମ ତୁଷାଦ ମିଉଜିୟମରେ ସ୍ଥାନ ପାଇସାରିଛି।/ଦେବଦତ୍ତ ରଥ