Odiapua.com

ବଲିଉଡର ଆଉ ଏକ ଦୁଃଖ ଖବର – ଅନୁରାଧା ପଢୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫ ବର୍ଷ ବୟସରେ ଦେହାନ୍ତ

ନୂଆ ଦିଲ୍ଲୀ ୧୨-୯ (ଓଡ଼ିଆ ପୁଅ) ଅନୁରାଧା ପଢୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସକାଳେ ପ୍ରସିଦ୍ଧ ଗାୟକ ଅନୁରାଧା ପଢ଼ୱାଲଙ୍କ ପୁଅ ଆଦିତ୍ୟ ପଢ଼ୁଆଲଙ୍କ ଦେହାନ୍ତ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଆଦିତ୍ୟ ପଢ଼ୁଆଲ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ ଏବଂ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଆଦିତ୍ୟ ପଢ଼ୁଆଲ ବୃତ୍ତି ଅନୁଯାୟୀ ଜଣେ ସଂଗୀତଜ୍ଞ ଥିଲେ।