Odiapua.com

ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା ଆଣ୍ଟି ଟେରର ବିଲ

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) ରାଜ୍ୟସଭାରେ ଆଣ୍ଟି ଟେରର ବିଲ ପାଶ୍ ହୋଇଯାଇଛି। ଏହା ପୂର୍ବରୁ ଏହି ବିଲ ଉପରେ ଶାସକ ଏବଂ ବିରୋଧି ଦଳ ମଧ୍ୟରେ ଜୋରଦାର ଯୁକ୍ତି ଦେଖିବାକୁ ମିଲିଥିଲା।

ଗୃହ ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ କହିଲେ କି ଆତଙ୍କବାଦ ବିଶ୍ୱର ସମସ୍ୟା ଅଟେ ଏବଂ ତା’ ବିରୁଦ୍ଧରେ ସଦନକୁ ଏକଜୁଟ ହେବା ଆବଶ୍ୟକ।

ବିରୋଧି ଦଳ ତରଫରୁ ନୂଆ ଆଣ୍ଟି ଟେରର ଆଇନ୍ ର ଭୁଲ ବ୍ୟବହାର ହେବାର ଆଶଙ୍କା ପ୍ରଶ୍ନ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଲେ – ‘ଜରୁରୀକୀଳୀନ ପରିସ୍ଥିତିରେ କ’ଣ ହୋଇଥିଲା? ସମସ୍ତ ଗଣମାଧ୍ୟମକୁ ପ୍ରତିବନ୍ଧିତ କରାଯାଇଥିଲା। ସମସ୍ତ ନେତାଙ୍କୁ ଜେଲ ପଠାଇ ଦିଆଯାଇଥିଲା। ୧୯ ମାସରେ ପର୍ଯ୍ୟନ୍ତ କୌଣସି ଲୋକତନ୍ତ୍ର ନଥିଲା ଏବଂ ଆମ ଉପର ଆଇନ୍ ର ଭୁଲ ବ୍ୟବହାରର ଅବିଯୋଗ ଲଗାଉଛନ୍ତି। ଟିକେ ଅତୀତକୁ ଦେଖନ୍ତୁ।’