Odiapua.com

ଅଂଶୁଲ କୁମାର ଏବଂ ଶର୍ମିଷ୍ଠା ମୁଖାର୍ଜୀ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତ

ନୂଆଦିଲ୍ଲୀ ୯-୯ (ଓଡ଼ିଆ ପୁଅ) କଂଗ୍ରେସ ସୋମବାରଦିନ ରାଷ୍ଟ୍ରୀୟ ସ୍ତରରେ ଦୁଇ ଜଣ ପ୍ରବକ୍ତାଙ୍କୁ ନିଯୁକ୍ତ କରିଛି। ସେମାନେ ହେଲେ ଅଂଶୁଲ କୁମାର ଏବଂ ଶର୍ମିଷ୍ଠା ମୁଖାର୍ଜୀ। ସୋମବାରଦିନ କଂଗ୍ରେସର ସଞ୍ଚାର ବିଭାଗର ପ୍ରଭାରୀ ରଣଦୀପ ସିଂହ ସୁରଜେବାଲା ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ସୋନିଆଁ ଗାନ୍ଧୀ ଅଖିଲ ଭାରତୀୟ କଂଗ୍ରେସ କମିଟୀ (ଏଆଇସିସି) ଦ୍ଵାରା ଅଂଶୁଲ ମୀରା କୁମାର ଏବଂ ଶର୍ମିଷ୍ଠା ମୁଖାର୍ଜୀଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଝିଅ ଶର୍ମିଷ୍ଠା ମୁଖାର୍ଜୀ ସୋନିଆଁ ଗାନ୍ଧୀ ଏବଂ ସୁରଜେବାଲାଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଏହା ପୂର୍ବରୁ ଦିଲ୍ଲୀ କଂଗ୍ରେସର ପ୍ରବକ୍ତା ଥିଲେ।

ଅଂଶୁଲ କୁମାର ପୂର୍ବଚନ ଉପ ପ୍ରଧାନମନ୍ତ୍ରୀ ଏବଂ ଦଳିତ ନେତା ବାବୁ ଜଗଜୀବନ ରାମଙ୍କର ନାତି ଏବଂ ପୂର୍ବତନ ଲୋକସଭା ଅଧ୍ୟକ୍ଷ ମୀରା କୁମାରଙ୍କର ପୁଅ ଅଟନ୍ତି।