Odiapua.com

କରୋନା ନେଲା ଆଉ ଏକ ମୁଣ୍ଡ – ମହାରାଷ୍ଟ୍ରରେ ଦ୍ୱିତୀୟ ମୃତ୍ୟୁ – ୧୦ ନୂଆ ରୋଗୀ ରୋଗୀଙ୍କ ସଂଖ୍ୟା ୭୪

ମୁମ୍ବାଇ ୨୨-୩ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ କରୋନାଭାଇରସରେ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୋଟ ଉପରେ, କୋରାନା ଜୀବାଣୁ ଯୋଗୁଁ ରାଜ୍ୟରେ ଏହା ଦ୍ୱିତୀୟ ମୃତ୍ୟୁ। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏହା ହେଉଛି ଭାରତରେ ପଞ୍ଚମ ମୃତ୍ୟୁ।
ସୂଚନାମିଳିଛିଯେ, ୬୩ ବର୍ଷ ବୟସ ମୃତକଙ୍କର ଡାଇଭେଟିସ୍, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଥିଲା। ସେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ୧୯ ମାର୍ଚ୍ଚରେ ଆଡମିଟ୍ ହୋଇଥିଲେ। ତାଙ୍କର ମୃତ୍ୟୁ ୨୧ ମାର୍ଚ୍ଚରେ ହୋଇଥିଲା।
ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କରୋନା ଭୂତାଣୁର ଆହୁରି ୧୦ ଟି ନୂଆ ସଂକ୍ରମଣ ହୋଇଥିବା ଜଣାପଡିଛି। ୧୦ ଟି ନୂଆ ମାମଲା ମଧ୍ୟରୁ ୬ ଟି ମୁମ୍ବାଇ ଏବଂ ୪ ଟି ପୁନେରୁ ଆସିଛି।
ବର୍ତ୍ତମାନ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୭୪ ରେ ପହଞ୍ଚିଛି।