Odiapua.com

ଟାଟା ଷ୍ଟିଲ୍‌ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍‌ପିଟାଲ

ଭୁବନେଶ୍ୱର : ୧୦ ଅପ୍ରେଲ, ୨୦୨୦ (ଓଡ଼ିଆ ପୁଅ) ଟାଟା ଷ୍ଟିଲ୍‌ର ସହାୟତାରେ ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍‌ପିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହା ଫଳରେ ରାଜ୍ୟରେ ୧୭୯୭ ଶଯ୍ୟା ବିଶିଷ୍ଟ ୯ଟି ସ୍ଵତନ୍ତ୍ର କୋଭିଡ୍ ହସ୍‌ପିଟାଲ୍ କାର୍ଯ୍ୟ କରୁଛି। ରାଜ୍ୟରେ ଅଧିକ କୋଭିଡ଼-୧୯ ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ୍ ଓ ହସ୍‌ପିଟାଲ୍‌ରେ କୋଭିଡ୍ ପରୀକ୍ଷା ପାଇଁ ଆଇସିଏଆର ଅନୁମୋଦନ ମିଳିଛି। କଟକର ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍ ପରେ ଏହା ରାଜ୍ୟର ଦ୍ବିତୀୟ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଯେଉଁଠାରେ ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ କୋଭିଡ୍ ପରୀକ୍ଷଣର ସୁବିଧା ଉପଲବ୍ଧ ହେବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର (ଆରଏଆରସି)ରେ ଅତ୍ୟାଧୁନିକ କୋବାସ୍ ମେସିନ୍ ସ୍ଥାପନ କରାଯାଇଛି। ଏହା ଦ୍ଵାରା ଆରଏଆସିର କୋଭିଡ୍ ପରୀକ୍ଷଣ କ୍ଷମତା ୧୦୦୦କୁ ବୃଦ୍ଧି ପାଇଛି। ବୋଲି

କୋଭିଡ୍ –୧୯ର ମୁକାବିଲାରେ ରାଜ୍ୟ ସରକାରଙ୍କର ପ୍ରୟାସକୁ ସଶକ୍ତ କରିବା ଲକ୍ଷ୍ୟରେ ମୁମ୍ବାଇରୁ। ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ ଗତକାଲି ସନ୍ଧ୍ୟାରେ ୪୦୦୦ ପରୀକ୍ଷଣ କିଟ୍ ଭୁବନେଶ୍ୱରରେ ପହଞ୍ଚିଛି।

କରୋନା ଭୂତାଣୁ ରୋଗ (କୋଭିଜ୍୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଞ୍ଚଳିକ ଭେଷଜ ଅନୁସନ୍ଧାନ କେନ୍ଦ୍ର (ଆରଏଆସି)ର ନିର୍ଦ୍ଦେଶକ ଡ. ଶ୍ରୀମତୀ ସଂଘମିତ୍ରା ପତି ଏବଂ ଡିଏମ୍‌ଇଟି ପ୍ରଫେସର ଡ. ସି.ବି.କେ. ମହାନ୍ତି ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।