Odiapua.com

ପୁଣି ଭଲ ଖବର – ଯାଜପୁର ଜିଲ୍ଲାରୁ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ପୁଣି ଯାଜପୁର ଜିଲ୍ଲାରୁ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କଥା ସ୍ୱାସ୍ଥ‌‌୍ୟ ବିଭାଗ ଟ୍ୱିଟ କରି ଜଣାଇଛି। ତେବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୧୫୮ ରେ ପହଞ୍ଚିଛି। ଯାଜପୁର ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ୪୮ରେ ପହଁଚିଛି। ଯାଜପୁର ଜିଲ୍ଲାରେ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରୁ ୧୫ କମ ହୋଇ ୪୦ ହୋଇଛି।

ଗତକାଲି ସୁସ୍ଥ ହୋଇ ୨୭ ଜଣ ହସ୍ପିଟାଲରୁ ଜିସଚାର୍ଜ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, ଗଂଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨-୨ ଓ କୋରାପୁଟ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବୁଧବାର ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।

ତେବେ ଏବେ ରାଜ୍ୟରେ କୋରନା ସଂକ୍ରମିତଙ୍କ ସଂଖ୍ୟା ୬୨୪ରେ ପହଁଚିଥିବା ବେଳେ ୧୫୮ ଜଣ ସୁସ୍ଥ ହୋଇଥନ୍ତି ଏବଂ ୪୬୩ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି।